ଆଇସିୟୁରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ
ଭୁବନେଶ୍ୱର,(ଓଟି)ଷ:ପ୍ରାୟ ଏକ ସପ୍ତାହ ପୂର୍ବେ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଲଣ୍ଡନ ସ୍ଥିତ ସେଂଟ ଥୋମାସ ଡାକ୍ତରଖାନା ଆଇସିୟୁରେ ଭର୍ତୀ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ୧୦ ଦିନ ପୂର୍ବେ ଜଣାପଡ଼ିଥିଲା ଓ ତାଙ୍କୁ ଏକ ସପ୍ତାହ ଧରି ତାଙ୍କ ଡାଉନିଂ ଷ୍ଟ୍ରିଟ ବାସଭବମନରେ ଚିକିତ୍ସା କରାଯାଉଥିଲେ ହେଁ ସେ ଆରୋଗ୍ୟ ନହେବାରୁ ରବି ବାର ତାଙ୍କୁ ସେସଂଟ ଥେଥାମାସ ହସପିଟାଲରେ ଭର୍ତୀ କରାଯରାଇଥିଲା ଓ ସୋମ ବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିବା ଜନସନଙ୍କ ଅଫିସ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ।
ବୋରିସ ସଚେତନ ଅବସ୍ଥାରେ ରହିଥିବା ଓ ଭେଂଟିଲେସନରେ ନଥିବା ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଇଂଲଣ୍ଡର ବିଦେଶ ସଚୀବ ଡୋମିନିକ ରାବ ତାଙ୍କ କାମ ଚଳାଇବା ପାଇଁ ସେ କହିଥିବା ତାଙ୍କ ଡାଉନିଂ ଷ୍ଟ୍ରିଟ ବାସଭବନ କାର୍ଯ୍ୟଳୟ ପ୍ରକଶ କରିଛି । ଡାକ୍ତରଖାନରେ ଗୋଟିଏ ରାତି ରହିବା ପରେ ଓ ଆଇସିୟୁରେ ଭର୍ତୀ ହେବା ପୂର୍ବରୁ ସେ ଭଲ ଥିବା ଟୁଇଟ କରି କହିଥିଲେ । ଏଥିସହ ପ୍ରାଧାନମନ୍ତ୍ରୀ ବୋରିସ ଏହା ମଧ୍ୟ ଟୁଇଟ କରି କହିଥିଲେ ଯେ, “ସେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିଲେ ଏବଂ ତାଙ୍କ ଟିମ ସହ ନିୟକିତ ଯୋଗାଯୋଗରେ ରହି କରୋନା ଭାଇରସ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି ।”
ଏଥିସହ ସମସ୍ତେ ସୁରକ୍ଷିତ ରହିବାକୁ ମଧ୍ୟ ସେ କାମନା କରିଥିଲେ । କୋଭିଡ଼-୧୯ ଲକ୍ଷଣ ସହ କଫ ଏବଂ ଜ୍ୱରରେ ପିଡ଼ିତ ହେବା ପରେ ପ୍ରଧାନମନ୍ତ୍ରୀ ବୋରିସ ଡାକ୍ତରଖାନାହେରୀ ଭର୍ତୀ ହୋଇଥିଲେ ଓ ସେ ଡାକ୍ତରଖାନାରେ ଭଲଥିବା ତାଙ୍କ ମୁଖପାତ୍ର କହିଛନ୍ତି । ଗତ ମାର୍ଚ୍ଚ ମାସ ୨୬ ତାରିଖରେ ବୋରିସ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେ ତାଙ୍କ ବାସଭବନରେ କ୍ୱାରେଂଟାଇନରେ ରହଥିଲେ ଓ ରବି ବାର ପର୍ଯ୍ୟନ୍ତ ତାଙ୍କ ମନ୍ତ୍ର ମଣ୍ଡଳର ବିଭିନ୍ନ ବୈଠକରେ ଅଧ୍ୟକ୍ଷତା କରୁଥିଲେ ଏବଂ ଏହି ସମୟ ମଧ୍ୟରେ ବହୁ ଭିଡିଓ ବାର୍ତା ଛାଡ଼ିଥିଲେ । ପ୍ରଧାନମନ୍ତ୍ରୀ ବୋରି ଜନସନ ଡାକ୍ତରଖାନାରେ ଭର୍ତୀ ହେବା ପରେ ସୋମବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଇଂଲଣ୍ଡର ବିଦେଶ ସଚୀବ ଡୋମିନିକ ର୍ୟାବ ଅଧ୍ୟକ୍ଷତା କରିଥିଲେ ।