ଅନ୍‌ଲାଇନ୍‌ରେ ବୁକ୍‌ କରନ୍ତୁ #corona ପରୀକ୍ଷା, ୨୪ରୁ ୪୮ ଘଣ୍ଟା ଭିତରେ ରିପୋର୍ଟ

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ପରୀକ୍ଷଣ ଆଉ ଦୂର ହୋଇ ନାହିଁ। ଆପଣ ଯଦି କୌଣସି ବି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ଘରେ ବସି ଅନ୍‌ଲାଇନ୍‌ରେ ଏକ ଟେଷ୍ଟ ବୁକିଂ କରିପାରିବେ। ଏହି ବୁକିଂକୁ ଆଧାର କରି ପ୍ରାଧୀକୃତ ସମ୍ପଲ୍‌ ସଂଗ୍ରହକାରୀ ଆପଣଙ୍କ ଘରେ ସମସ୍ତ ସୁରକ୍ଷା ପୋଷାକରେ ପହଞ୍ଚିବେ। ଗଳା ଓ ନାକରୁ ନମୁନା ସଂରକ୍ଷଣ କରିବେ।   ଆଇସିଏମ୍‌ଆର୍‌ ଓ ଭାରତ ସରକାରଙ୍କ ନିୟମାବଳୀକୁ ଅନୁସରଣକରି ଏହି ସାମ୍ପଲ୍ ସଂଗ୍ରହ ଅନ୍‌ଲାଇନ୍‌ରେ ରେକଡର୍ର୍ କରାଯିବ। ପରେ ଏହାର ପରୀକ୍ଷଣ କରାଯାଇ ଆପଣଙ୍କ ୨୪ରୁ ୪୮ ଘଣ୍ଟା ଭିତରେ ରିପୋଟ; ପ୍ରଦାନ କରାଯିବ। ଏହାଦ୍ଵାରା ଆପଣଙ୍କ ଭିତରେ ଥିବା ଭୟ ଦୂର ହେବ ଏବଂ ଆପଣ ଅନାବଶ୍ୟକ ଚିକିତ୍ସାରୁ ବତର୍ତ୍ତିପାରିବେ।

ଦିନକୁ ଦିନ କୋଭିଡ୍‌୧୯ ଆତଙ୍କ ଦେଶରେ ବଢ଼ୁଥିବାବେଳେ ପରୀକ୍ଷଣ ଲାବୋରେଟୋରୀି ସେମିତି ବଢ଼ିପାରୁ ନାହିଁ। ଏହା ଛଡ଼ା ଟେଷ୍ଟିଂ ପାଇଁ ଆବଶ୍ୟକ କିଟ୍‌ ମିଳୁ ନାହିଁ। ସରକାରଙ୍କ ପାଖରେ ଭିତ୍ତିଭୂମିର ଅଭାବ ଥିବା ଦର୍ଶାଇ ଘରୋଇ ସଂସ୍ଥାମାନଙ୍କୁ ଏହି ପରୀକ୍ଷଣରେ ସରକାର ଅନ୍ତର୍ଭୁକ୍ତ କରିଛନ୍ତି। ଏହି ସୁବିଧାକୁ ଗ୍ରହଣ କରି ଡ.ପ୍ରାକ୍ଟୋ ଡିଜିଟାଲ୍‌ ହେଲ୍ଥକେୟାର ଏବଂ ଥାଇରୋ କେୟାର ଭିତରେ ଏକ ବୁଝାମଣା ହୋଇଛି। ଏହି ଦୁଇ ସଂସ୍ଥା ଲୋକଙ୍କ ଘରୁ ଆବଶ୍ୟକ ସାମ୍ପଲ୍‌ ସଂଗ୍ରହ କରି ତାହାର ଉଚିତ ପରୀକ୍ଷଣ କରୁଛନ୍ତି।

ଏହି ପରୀକ୍ଷା ପାଇଁ ଆପଣଙ୍କୁ ୪୫୦୦ ଟଙ୍କା ଫି’ ଦେବାକୁ ହେବ। ଏହା ଭାରତ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ। ଏହାଛଡ଼ା ଟେଷ୍ଟିଂ ମନକୁ ମନ ହୋଇପାରିବ ନାହିଁ। ଆପଣଙ୍କୁ ଜଣେ ପଞ୍ଜିକୃତ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍‌ ଆବଶ୍ୟକ। ଏହି ପ୍ରେସ୍କ୍ରିପ୍ସନର ଏକ ନକଲକୁ ସାମ୍ପଲ୍‌ ସଂଗ୍ରହ ସମୟରେ ସମ୍ପୃକ୍ତ ସଂଗ୍ରକାହୀ ମାଗିପାରନ୍ତି।

ସାମ୍ପଲ୍‌ ସଂଗ୍ରହ ପରେ ଏହି ସାମ୍ପଲ୍‌କୁ ଭାଇରାଲ୍‌ ଟ୍ରାନ୍ସପୋର୍ଟ ମିଡିୟମ୍‌ରେ ଲାବେରେଟୋରୀ ପଠାଯିବ। ଶୀତଳ ଚେନ୍‌ ମାଧ୍ୟମରେ ଏହା ଲ୍ୟାବ୍‌ରେ ପହଞ୍ଚି ସେଠାରେ ଅବଶ୍ୟକ ପରୀକ୍ଷଣ ପରେ ସେ ରିପୋର୍ଟକୁ ଅନ୍‌ଲାଇନ୍‌ ଉପଲ୍ବଧ କରାଯାଇପାରିବ।

କେବଳ ଥାଇରୋକେୟାର ନୁହେଁ ୪୭ଟି ଘରୋଇ ଲ୍ୟାବ୍‌କୁ ଘରୁ ସାମ୍ପଲ୍‌ ସଂଗ୍ରହ କରି ତାହାର ଟେଷ୍ଟିଂ ପାଇଁ ଅନୁମୋଦନ କରାଯାଇଛି। ଏବେ ଦେଶରେ ୧୨୨ ସରକାରୀ ଲ୍ୟାବ୍‌ରେ ପରୀକ୍ଷଣ କରାଯାଉଛି। ଦିନକୁ ପ୍ରାୟ ୩୫୦୦ ଟେଷ୍ଟ କରାଯାଉଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *