‘ପିଙ୍କ୍’ର ରିମେକ୍ ପରେ ପୁଣିଥରେ ଆସୁଛି ବୋନିକପୁର୍- ଅଜିଥ୍ ଯୋଡ଼ି
ବିଗ୍ ବି ଓ ତାପସୀଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ପିଙ୍କ୍’ର ତାମିଲ୍ ରିମେକ୍ ‘ନେରକୋଣ୍ଡା ପାରବାଇ’ ପରେ ବୋନି କପୁର୍ ଓ ଅଜିଥ୍ଙ୍କ ଯୋଡ଼ି ପୁଣିଥରେ ଆଉ ଏକ ନୂଆ ପ୍ରୋଜେକ୍ଟ ନେଇ ଆସିବେ । ଆସନ୍ତା ଅଗଷ୍ଟ ୧୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ନେରକୋଣ୍ଡା ପାରପାଇ’କୁ ବୋନି କପୁର ପ୍ରୋଡ୍ୟୁସ୍ କରିଥିବାବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ଅଜିଥ୍ । ତେବେ ଏହି ଯୋଡ଼ି ବଲିଉଡର ଆଗାମୀ ପ୍ରୋଜେକ୍ଟରେ ନଜର ଆସିପାରନ୍ତି । ଫିଲ୍ମର ନାଁ ଜଣାପଡ଼ିନଥିଲେ ମଧ୍ୟ ଆସନ୍ତା ଅଗଷ୍ଟ ମାସରୁ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି ବୋନିଙ୍କ ପକ୍ଷରୁ ସୂଚନା ମିଳିଛି । ରେସିଙ୍ଗ୍ ପୃଷ୍ଟଭୂମିକୁ ନେଇ କାହାଣୀ ରଚନା କରାଯାଇଛି । ତେବେ ଏହି ଫିଲ୍ମ ମାଧ୍ୟମରେ ଅଜିଥ୍ ମୁଖ୍ୟ ଅଭିନେତା ଭାବେ ବଲିଉଡ୍ ଡେବ୍ୟୁ କରିବେ ବୋଲି ଜଣାଯାଉଛି । ହିନ୍ଦୀ ଓ ତାମିଲ୍ ଭାଷାରେ ଫିଲ୍ମ ପ୍ରସ୍ତୁତ ହେବ ଏଥିପାଇଁ ବଡ଼ ବଜେଟ୍ ରଖାଯାଇଥିବାର ସୂଚନା ମଧ୍ୟ ମିଳିଛି । ଏହାର ଅନେକ ଦୃଶ୍ୟ ବିଦେଶରେ ସୁଟିଂ ହେବ ।