କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ୧୪ ଲକ୍ଷ ଦାଦନ ମତଦାତା ଭୋଟ୍ ଦାନରୁ ବଞ୍ଚିତ ହେବେ

କଳାହାଣ୍ଡି ଜିଲ୍ଲାରେ ଏପ୍ରିଲ ୧୧ରେ, ପ୍ରଥମ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ। ଚାରିଆଡେ କୋଳାହଳ, ନିର୍ବାଚନକୁ ନେଇ ମାହୋଲ ସରଗରମ । ହେଲେ ଏହି ଭୋଟ ପ୍ରକ୍ରିୟାରୁ ବାଦ ପଡ଼ିବେ କଳାହାଣ୍ଡି ଲୋକସଭା ଅନ୍ତର୍ଗତ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ହଜାର ହଜାର ଦାଦନ ଶ୍ରମିକ । ନେତାଏ ତ ଆଶା କରୁଛନ୍ତି ଦାଦନ ଶ୍ରମିକ ଭୋଟ୍ ଦେବା ପାଇଁ ନିଜ ନିଜ ଗାଁକୁ ଫେରିଆସନ୍ତୁ, ହେଲେ ପ୍ରଶାସନ ଏନେଇ ଠୋସ୍ ପଦକ୍ଷେପ ନେଇନାହିଁ । କେତେ ଦାଦନ ପରିବାର ଭୋଟ୍ ଦାନରୁ ବଞ୍ଚିତ ହେବେ ସେ ରିପୋର୍ଟ ମଧ୍ୟ ପ୍ରଶାସନ ନିକଟରେ ନାହିଁ ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରଚାର ଜୋରଦାର। ଭୋଟରଙ୍କ ସମର୍ଥନ ଯୁଟାଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସବୁ ଦଳର ପ୍ରାର୍ଥୀ। ନେତାଙ୍କ ଆରୋପ, ପ୍ରତ୍ୟାରୋପ, ପ୍ରତିଶ୍ରୁତି ମଧ୍ୟରେ ଫାଟି ପଡୁଛି ପରିବେଶ। ହେଲେ ଏହି କୋଳାହଳ ମଧ୍ୟରେ ଅଲୋଡା ହୋଇ ରହିଯାଇଛନ୍ତି ହଜାର ହଜାର ଦାଦନ ପରିବାର, ଯେଉଁମାନେ ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଏହି କଟୁ ବାସ୍ତବିକତାକୁ ଖୋଦ ତିନ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ସ୍ବୀକାର କରିଛନ୍ତି। ଏହି ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉବୋଲି ସମସ୍ତେ କହୁଛନ୍ତି।

କଳାହାଣ୍ଡି ଲୋକସଭା ଅନ୍ତର୍ଭୁକ୍ତ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା। ଧାନକଟା ପରେ ପେଟ ପାଟଣା ପାଇଁ ଏ ଦୁଇ ଜିଲ୍ଲାରୁ ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ଧରି ବାହାର ଜିଲ୍ଲାକୁ ଚାଲିଯାଆନ୍ତି ଦାଦନ ଖଟିବାକୁ। ଚଳିତ ନିର୍ବାଚନରେ କଳାହାଣ୍ଡି ଲୋକସଭା ପାଇଁ ୧୪ ଲକ୍ଷ ମତଦାତାଙ୍କ ନାଁ ରହିଛି ଭୋଟର ତାଲିକାରେ। ତେବେ କଳାହାଣ୍ଡି ଜିଲ୍ଲାରେ ଗତ ତିନୋଟି ସାଧାରଣ ନିର୍ବାଚନରେ ଭୋଟ ହାରକୁ ଦେଖିଲେ ପ୍ରାୟ ୨୫ରୁ ୩୦ ପ୍ରତିଶତ ମତଦାନ କରନ୍ତି ନାହିଁ। ଗତ ଥର ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟର ଭୋଟ୍ ଦେଇନଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଦାଦନ ପରିବାର। ଆଜି ବି କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଅନେକ ଗାଁ ଖାଁଖାଁ, ଘର ଆଗରେ ଝୁଲୁଛି ତାଲା। ତେବେ କେତେ ଭୋଟର ଭୋଟ ଦାନରୁ ବଞ୍ଚିତ ହେବେ ସେଭଳି କୌଣସି ଆକଳନ କରିନି ପ୍ରଶାସନ।

ଜିଲ୍ଲା ଶ୍ରମ ବିଭାଗର ରିପୋର୍ଟ ଅନୁସାରେ ପଞ୍ଜିକୃତ ଦାଦନ ଶ୍ରମିକଙ୍କ ସଂଖ୍ୟା ମାତ୍ର ୧୭ ଶହ, ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ। ସବୁଦଳର ନେତା ଏହି ଦାଦନ ସମସ୍ୟା ସମ୍ପର୍କରେ କହୁଛନ୍ତି, ହେଲେ ଏମାନେ କେମିତି ଭୋଟ୍ ଦେବେ ସେ ନେଇ ଦାୟିତ୍ବ ଅନ୍ୟ ମୁଣ୍ଡକୁ ଛାଡ଼ି ଦେଉଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ମୋଦୀ ହାୱା ଭରସାରେ ଜୁଏଲ

Leave a Reply

Your email address will not be published.