ଅକ୍ଷୟ ଓ ଦୀପିକାଙ୍କ ଭଳି ୧୨ଜଣ ନାମୀ ତାରକା ଦେଇପାରିବେ ନାହିଁ ଭୋଟ୍, ଜାଣନ୍ତୁ କାରଣ

୨୦୧୯ ନିର୍ବାଚନ ମାହୋଲ୍ ସରଗରମ ଥିବାବେଳେ ବଲିଉଡର ଅନେକ ତାରକା ବିଭିନ୍ନ ରାଜନୈତିକ ଦଳ ପାଇଁ ଜୋରଦାର୍ ପ୍ରଚାର ଅଭିଯାନ ଆରମ୍ଭ କରିଥିବାର ଖବର ଏବେ ସୋସିଆଲ୍ ମିଡିଆରେ ଛାଇ ରହିଛି । ବଲିଉଡର ଅନେକ ତାରକା ରିଲ୍ ଲାଇଫରେ ଦେଶଭକ୍ତି ପାଇଁ ପ୍ରାଣବଳି ଦେଉଥିବାର ଦର୍ଶକ ଦେଖନ୍ତି ଏବଂ ଏଭଳି କାହାଣୀରେ ଜୀବନ୍ତ ଅଭିନୟ ଯୋଗୁଁ ତାରକାମାନେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡର ଅନେକ ତାରକା ରିଏଲ୍ ଲାଇଫରେ ଭାରତରେ ଭୋଟ୍ ଦେବା ଅଧିକାର ପାଇନାହାନ୍ତି । କାରଣ ସେମାନଙ୍କର କର୍ମଭୂମି ଭାରତ ହେଲେ ମଧ୍ୟ ଜନ୍ମଭୂମି ଭିନ୍ନ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ତାଲିକାରେ ଅକ୍ଷୟ କୁମାର, ଆଲିଆ ଓ ଦୀପିକା ପାଦୁକୋନଙ୍କ ଭଳି ତାରକା ମଧ୍ୟ ସାମିଲ୍ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଭୋଟ୍ ଅଧିକାରରୁ ବଂଚିତ ହୋଇଥିବା ସେହି ସମସ୍ତ ତାରକାଙ୍କ ସମ୍ପର୍କରେ –
୧- ଅକ୍ଷୟ କୁମାର
ଖିଲାଡ଼ି କୁମାର ଅକ୍ଷୟ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କର କାନାଡିଆନ୍ ସିଟିଜନସିପ୍ ରହିଛି । ତେଣୁ ସେ ଭାରତରେ ଭୋଟ୍ ଦେଇପାରିବେ ନାହିଁ
୨- ଆଲିଆ ଭଟ୍ଟ

ବଲିଉଡର ଚୁଲବୁଲି ନାୟିକା ଆଲିଆ ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇଛନ୍ତି । ଆଲିଆଙ୍କ ମା’ ସୋନି ରାଜଦାନ୍ଙ୍କ ପାଖରେ ବ୍ରିଟିଶ୍ ପାସପୋର୍ଟ ରହିଛି । ଏହି ଦୃଷ୍ଟିରୁ ଆଲିଆ ମଧ୍ୟ ବ୍ରିଟିଶ୍ ନାଗରକତ୍ୱ ଗ୍ରହଣ କରିଛନ୍ତି ।
୩- ଦୀପିକା ପାଦୁକୋନ୍
ନାମୀଦାମୀ ନାୟିକା ତାଲିକାର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବଲିଉଡ୍ ମସ୍ତାନୀ ଦୀପିକା ମଧ୍ୟ ଭୋଟ୍ ଦାନ ଅଧିକାରରୁ ବଂଚିତ । ସେ ଡେନମାର୍କରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ପାଖରେ ଡେନିସ୍ ପାସପୋର୍ଟ ରହିଛି । ତେଣୁ ସେ ଭାରତରେ ଭୋଟ୍ ଦେଇପାରିବେ ନାହିଁ ।
୪- କାଟ୍ରିନା କୈଫ୍
ବିଦେଶୀ ନାୟିକା ଭାବେ କାଟ୍ରିନା ଅଗଣିତ ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରୁଛନ୍ତି । କଟ୍ରିନାଙ୍କ ପାଖରେ ୟୁକେର ପାସପୋର୍ଟ ରହିଛି ।
୫- ଇମରାନ୍ ଖାନ୍
ଅମୀର୍ ଖାନଙ୍କ ସମ୍ପର୍କିୟ ଇମରାନ୍ ମଧ୍ୟ ଭାରତରେ ଭୋଟ୍ ଦେଇପାରିବେ ନାହିଁ । କାରଣ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି ।
୬- ଜାକଲିନ୍ ଫର୍ଣ୍ଣାଣ୍ଡିଜ୍
‘ରେସ୍୩’ ଫେମ୍ ଜାକଲିନ୍ ବାହାରିନରେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କ ପିତା ଶ୍ରୀଲଙ୍କାର ଅଧିବାସୀ ହୋଇଥିବାବେଳେ ମା’ ହେଉଛନ୍ତି ମାଲେସିୟାର ଜଣେ ନାଗରିକ ।
୭- ସନ୍ନି ଲିଓନ୍

ଭାରତରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସନ୍ନିଙ୍କ ପାଖରେ କାନାଡ଼ିଆନ୍ ପାସପୋର୍ଟ ରହିଛି ।
୮- ଏମି ଜାକସନ୍
ଅଭିନୟ ସହିତ ଷ୍ଟଣ୍ଟ୍ ଦୃଶ୍ୟ ପାଇଁ ବଲିଉଡରେ ପ୍ରଶଂସା ସାଉଁଟୁଥିବା ସୁନ୍ଦରୀ ନାୟିକା ଏମି ବ୍ରିଟିଶ୍ ନାଗରିକ ଭାବେ ଅଧିକାର ପ୍ରାପ୍ତ କରିଛନ୍ତି ।
୯- ନର୍ଗିସ୍ ଫାକରି

ରଣବୀର୍ କପୁରଙ୍କ ସହିତ ‘ରକଷ୍ଟାର୍’ରୁ ଡେବ୍ୟୁ କରିଥିବା ନର୍ଗିସ୍ଙ୍କ ପାଖରେ ପାକିସ୍ତାନ୍ ଓ ଚେକ୍ ରିପବ୍ଲିକର ପାସପୋର୍ଟ ରହିଛି ।
୧୦- ସପନା ପବି
‘ଖାମୋସିୟାଁ’ ଫେମ୍ ସପନା ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପାଖରେ ବ୍ରିଟିଶ୍ ନାଗରିକତ୍ୱ ରହିଛି ।
୧୧- କଲକି କୋଚଲିନ୍

ଦକ୍ଷ ଅଭିନୟ ଦ୍ୱାରା ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଲକିଙ୍କ ପାଖରେ ଫ୍ରେଞ୍ଚ ପାସପୋର୍ଟ ରହିଛି ।
୧୨- ଏଭଲିନ୍ ଶର୍ମା
ଏଭଲିନଙ୍କ ମା’ ହେଉଛନ୍ତି ଜଣେ ଜର୍ମାନୀ ଓ ବାପା ପଞ୍ଜାବୀ । ଏଭଲିନଙ୍କ ଜନ୍ମ ଜର୍ମାନୀରେ ହୋଇଥିବାରୁ ତାଙ୍କ ପାଖରେ ଜର୍ମାନ୍ ପାସପୋର୍ଟ ରହିଛି ।

Leave a Reply

Your email address will not be published. Required fields are marked *