ବଲିଉଡ୍ ତାରକାଙ୍କ ରାକ୍ଷୀ ଅନୁଭବ

ଗତ ଗୁରୁବାର ଦିନ ଥିଲା ରାକ୍ଷୀପୂଣ୍ଣିମା । ବଲିଉଡ୍ ତାରକାମାନେ ସୋସିଆଲ୍ ମିଡିଆରେ ଫଟୋ ସହିତ ସେମାନଙ୍କର ରାକ୍ଷୀ ଅନୁଭବ ମଧ୍ୟ ସେୟାର୍ କରିଛନ୍ତି । ଏହି ଧାରାରେ କଙ୍ଗନା ତାଙ୍କ ପିଲାଦିନର ରାକ୍ଷୀ ପୂର୍ଣ୍ଣିମା ସମ୍ପର୍କରେ କହିଛନ୍ତି ଯେ – ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କର ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥି ସମସ୍ତେ ଏକାଠୀ ହେଉଥିଲେ । କଙ୍ଗନା ସମସ୍ତଙ୍କୁ ରାକ୍ଷୀ ବାନ୍ଧୁଥିଲେ । ସବୁ ଭାଇ ପରିବାରର ବଡ଼ ମାନଙ୍କ ଠାରୁ ୧୦-୧୨ ଟଙ୍କା ମାଗି ରାକ୍ଷୀ ଉପହାର ଭାବେ କଙ୍ଗନାଙ୍କୁ ଦେଉଥିଲେ । କିନ୍ତୁ ରାକ୍ଷୀ ବାନ୍ଧିବା ପରେ ପୁଣିଥରେ ସେହି ଟଙ୍କା କଙ୍ଗନାଙ୍କ ଠାରୁ ମାଗି ନେଉଥିଲେ । କଙ୍ଗନା ଟଙ୍କା ଦେବାକୁ ଅମଙ୍ଗ ହେବାରୁ ଭାଇ ଭଉଣୀ ଭିତରେ ଖୁବ୍ ଝଗଡ଼ା ଲାଗୁଥିଲା । କଙ୍ଗନାଙ୍କ ଭଳି ରାକ୍ଷୀ ଉତ୍ସବ ସମ୍ପର୍କରେ ନିଜ ନିଜ ଅନୁଭବ ସେୟାର୍ କରିଥିବା ଅନ୍ୟ ତାରକାମାନେ ହେଉଛନ୍ତି –
ପ୍ରଭାଷ –
ନବମରେ ପଢ଼ୁଥିବା ସମୟରେ ପ୍ରଭାଷ ହଷ୍ଟେଲରେ ରହୁଥିଲେ । ରାକ୍ଷୀ ପୂର୍ଣ୍ଣିମାରେ ସେ ଘରକୁ ଯାଇପାରିନଥିବାରୁ ଖୁବ୍ କାନ୍ଦିଥିଲେ । ସେ ସବୁବେଳେ ରାକ୍ଷୀ ପୂର୍ଣ୍ଣିମାରେ ଭଊଣୀମାନଙ୍କୁ ୧୦-୨୦ ହଜାର ଟଙ୍କା ଦେଇଥାନ୍ତି । କିନ୍ତୁ ‘ବାହୁବଳୀ’ ହିଟ୍ ହେବା ପରେ ଭଊଣୀମାନଙ୍କ ଡିମାଣ୍ଡ ବଢିଯାଇଛି ଏବଂ ଆଜିର ସମୟରେ ଭଉଣୀମାନଙ୍କ ପାଇଁ ମୁଁ କୌଣସି ଲିମିଟ୍ ରଖିନାହିଁ ।
ଶ୍ରଦ୍ଧା କପୁର୍ –
‘ମୁଁ, ମୋ ଭାଇ ସିଦ୍ଧାନ୍ତ ଓ କଜିନ୍ ବ୍ରଦର୍ ପ୍ରିୟାଙ୍କ୍ ଖୁବ୍ କ୍ଲୋଜ୍ । ପିଲାଦିନରେ ରାକ୍ଷୀପୂର୍ଣ୍ଣିମାରେ ଅଧିକ ମିଠା ଖାଇବାକୁ ମିଳୁଥିବାରୁ ଆମେ ୩ଜଣ ବହୁତ ଏହି ଦିନକୁ ଉତ୍ସାହିତ ସହିତ ଅପେକ୍ଷା କରୁଥିଲୁ । ମୋ ଭାଇମାନେ ମୋ ପାଇଁ ବହୁତ ପ୍ରୋଟେକଟିଭ୍ । ସେମାନଙ୍କ ଡରରେ ମୋତେ ସ୍କୁଲରେ କେହି କିଛି କହିପାରୁନଥିଲେ’ । ପିଲାଦିନେ ରାକ୍ଷୀ ପୂର୍ଣ୍ଣିମାରେ ମୋତେ ବହୁତ ଗିଫ୍ଟ ମିଳିଥିଲା ।
ହ୍ରିତିକ୍ – ସବୁଠାରୁ ସ୍ନେହଭରା ପର୍ବ ହେଉଛି ରକ୍ଷାବନ୍ଧନ । ‘ପିଲାଦିନରୁ ଏହି ରାକ୍ଷୀ ପାଇଁ ମୁଁ ଖୁବ୍ ଇମୋସନାଲ୍ । ରାକ୍ଷୀ ବାନ୍ଧିବା ସମୟରେ ମୋ ଆଖିରେ କାହିଁକି କେଜାଣି ଲୁହ ଚାଲିଆସେ’ । ରାକ୍ଷୀର ଉପହାର କେବଳ ଏକ ଭାବନା । ତେଣୁ ଏଭଳି ଗିଫ୍ଟ ଦେବା ଉଚିତ୍, ଯାହା ଆଗାମୀ ଦିନରେ ଆପଣଙ୍କ ପାଇଁ ବୋଝ ଭଳି ଲାଗିବ ନାହିଁ । ଷ୍ଟାର୍ ହେବା ପୂର୍ବରୁ ଏବଂ ଷ୍ଟାର୍ ହେବା ପରେ ମୁଁ ରାକ୍ଷୀ ଗିଫ୍ଟରେ କୌଣସି ପରିବର୍ତ୍ତନ ଆଣିନାହିଁ ।
ଆୟୁଷ୍ମାନ୍ ଖୁରାନା –
ରାକ୍ଷୀକୁ ନେଇ ସେଭଳି କୌଣସି ବିଶେଷ ଅନୁଭବ ନାହିଁ । କାରଣ ସବୁବେଳେ ରାକ୍ଷୀ ଡାକରେ ହିଁ ଆସିଥାଏ । ଆମେ ଦୁଇ ଭାଇ ଏବଂ ଆମର କଜିନ୍ ଭଊଣୀମାନେ ହିଁ ରାକ୍ଷୀ ପଠାଇଥାନ୍ତି । ପିଲାଦିନରେ ମା’ ଯେଉଁ ଚକଲେଟ୍ କିଣି ଦିଅନ୍ତି, ତାହାକୁ ରାକ୍ଷୀ ଉପହାର ଭାବେ ଭଊଣୀମାନଙ୍କୁ ଦେଉଥିଲୁ ।
ପରିଣୀତି –
ରାକ୍ଷୀରେ ଭାଇମାନେ ମୋଠାରୁ ୧୦୦-୨୦୦ ଟଙ୍କା ନେଇ ନିଜ ପାଇଁ ଉପହାର କିଣୁଥିଲେ । କିନ୍ତୁ ଏବେ ସେମାନେ ନିଜ ଟଙ୍କାରୁ ମୋ ପାଇଁ ଉପହାର କିଣି ଆଣୁଛନ୍ତି । ପୂର୍ବରୁ ସେମାନେ ମୋର ଫାଇଦା ଉଠାଇଥିଲେ ଏବଂ ଏବେ ମୁଁ ତାଙ୍କଠାରୁ ଫାଇଦା ଉଠାଉଛି । ଚଳିତ ରାକ୍ଷୀରେ ମୁଁ ଲଣ୍ଡନରେ ଥିବାରୁ ଦୁଃଖିତ । ଏଥର ମୋତେ ଇ-ରାକ୍ଷୀ ପଠାଇବାକୁ ପଡ଼ିବ ।
ସିଦ୍ଧାର୍ଥ –
ରକ୍ଷାବନ୍ଧନରେ କିଛି ଅଶୁଭ ଘଟିଥିବାରୁ ଆମ ପରିବାରରେ ରକ୍ଷାବନ୍ଧନ ଉତ୍ସବରେ ରାକ୍ଷୀ ବାନ୍ଧିବା ପରମ୍ପରା ନାହିଁ । ଭାଇମାନଙ୍କୁ କେବଳ ତିଲକ ଲଗାଇ ଉତ୍ସବ ପାଳନ କରାଯାଏ । ମୋ ଭଊଣୀ ସବୁ ରାକ୍ଷୀରେ ମୋ ଠାରୁ ଅଧିକ ଟଙ୍କା ନେଇଥାନ୍ତି । ଆଜିର ସମୟରେ ଭଉଣୀର ୱିସଲିଷ୍ଟ୍ ବଢ଼ିଚାଲିଛି । ମୁଁ ବି ତା’ର ସବୁ ଇଚ୍ଛା ପୁରଣ କରୁଛି ।
ସୋନୁ ସୁଡ୍ –
‘ମୋର ବଡ଼ ଭଊଣୀ ଆମେରିକାରେ ରହୁଥିବାରୁ ମୁଁ ଏଥର ଆମେରିକା ଯାଉଛି । ସାନ ଭଉଣୀ ପଞ୍ଜାବରେ ରହୁଛି । ଏଥର ରାକ୍ଷୀରେ ମୁଁ ବଡ଼ ଭଉଣୀ ପାଖକୁ ଯାଉଛି ବୋଲି ଜାଣିବା ପରେ ମଧ୍ୟ ସେ ନିରାଶ ହୋଇନାହିଁ । କାରଣ ପ୍ରତିବର୍ଷ ବଡ଼ ଭଉଣୀ ରାକ୍ଷୀକୁ ଆସିପାରେ ନାହିଁ କିମ୍ବା ମୁଁ ମଧ୍ୟ ଯାଇପାରେ ନାହିଁ । କିନ୍ତୁ ଏଥର ରାକ୍ଷୀରେ ମୋର ଉପସ୍ଥିତି ବଡ଼ ଭଉଣୀକୁ ଅନେକ ଖୁସି ଦେବ’ ।

Leave a Reply

Your email address will not be published.