ନରସିଂହଙ୍କୁ ବିରୋଧ : ବଲାଙ୍ଗିର କଂଗ୍ରେସ ନେତାଙ୍କ ସମୁହ ଇସ୍ତଫା

ବଲାଙ୍ଗିର ଜିଲ୍ଲାର ଏକାଧିକ କଂଗ୍ରେସ ନେତା ଆଜି ଦଳରୁ ସମୁହ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେମାନେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି।

ଦଳର ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର, ପୂର୍ବତନ ବଲାଙ୍ଗିର ଜିଲ୍ଲା ସଭାପତି ଭଗବାନ ବଗର୍ତ୍ତି, ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେର, ବଲାଙ୍ଗିର ମୁନିସିପାଲଟିର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ସାହୁ, ପୂର୍ବତନ ଜିଲ୍ଲା ଲିଗାଲ ସେଲ ଅଧ୍ୟକ ପ୍ରବୀଣ ମିଶ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ଉପସଭାପତି ରାଧାକାନ୍ତ ନାୟକ, ଜନ୍ମେଇ ସାହୁ, ମହେନ୍ଦ୍ର ଜାଲ ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର।

ଦଳ ଛାଡିବା ପୂର୍ବରୁ ସେମାନେ ଅଭିଯୋଗ କରିଛନ୍ତି ଯେ, ନରସିଂହ ମିଶ୍ର ବିରୋଧୀ ଦଳ ନେତାମାନେ ନିଜ ଦାୟିତ୍ବ ଠିକ ଭାବେ ସମ୍ପାଦନ କରିନାହାଁନ୍ତି। ଏପରିକି ସେ ଦଳିୟ କର୍ମୀ ଓ ନେତାଙ୍କୁ ନିର୍ଯ୍ୟାତନ ଦେଉଥିବା ଅଭିଯୋଗ ହେଉଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

Leave a Reply

Your email address will not be published.