ବିଏମ୍‌ସି ଯୋଗାଇବ ଭ୍ରାମ୍ୟମାଣ ସେବା

ଭୁବନେଶ୍ୱର (ଓଟି): ସାରା ଦେଶରେ ଲକ୍-ଡାଉନ୍। ସବୁଠି କରୋନା ପାଇଁ ସମସ୍ୟା। ସମସ୍ତେ ସତର୍କ ରହିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କଡ଼ା କଟକଣା କରାଯାଇଛି। ଫଳରେ ଜରୁରିକାଳୀନ ସାମଗ୍ରୀ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏପରିକି କିଛି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବାଧ୍ୟହୋଇ ବାହାରକୁ ଯାଉଛନ୍ତି ଏବଂ ଆଉକେତେକ ଏହି ବାହାନାରେ ବାହାରେ ବୁଲାବୁଲି କରୁଥିବା ଅଭିଯୋଗ ହେଉଛି। ଏ ସମସ୍ତ ଦୃଷ୍ଟିରୁ ଖୁବ୍‌ ଶୀଘ୍ର ମୋବାଇଲ ଭେଣ୍ଡି ସେବା ଆରମ୍ଭ କରିବ ବିଏମସି। ଏନେଇ ଆଜି ସୂଚନା ଦିଆଯାଇଛି।

ଫୁଡ୍ ଭେଣ୍ଡରଙ୍କୁ ପରିବା ଓ ଗ୍ରୋସରୀ ଭେଣ୍ଡରରେ ପରିବର୍ତ୍ତନ କରାଯିବ। ଷ୍ଟିଟ୍ ଫୁଡ୍ ବ୍ୟବସାୟୀମାନେ ପରିବା ଓ ଗ୍ରୋସରୀ କାରବାର କରିବେ। ଏ ସମ୍ପର୍କରେ ଉଦ୍ୟମ କରାଯାଉଛି ବୋଲି ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *