ଶହୀଦଙ୍କ ସ୍ମୃତିରେ ସେବାୟତଙ୍କ ରକ୍ତଦାନ

ପୁରୀ, (ଭୀମସେନ ପଲଙ୍କଧାରୀ): ସୀମାରେ ସତର୍କ ରହି ଶତ୍ରୁ ଓ ଆତଙ୍କୀଙ୍କ ସହ ଲଢ଼ୁଥିବା ବୀର ସୈନିକଙ୍କ ମନୋବଳ ବଢ଼ାଇବା ତଥା ଦେଶବାସୀଙ୍କ ମନରେ ସେମାନଙ୍କ ପ୍ରତି ସମ୍ମାନ ଓ ମର୍ଯ୍ୟାଦା ନିରନ୍ତର ରଖିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ସେବାୟତମାନେ ଆଗଭର ହୋଇଛନ୍ତି। ଏହିକ୍ରମରେ ନିକଟରେ ପୁଲ୍‌ୱାମା ଆକ୍ରମଣରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ ସମୁହ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସେବାୟତ ସମାଜ ତଥା ଛତିଶା ନିଯୋଗ ପକ୍ଷରୁ ମଙ୍ଗଳବାରଦିନ ଆୟୋଜିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ୭୫ ଜଣ ଯୁବସେବାୟତ ରକ୍ତଦାନ କରିଥିଲେ। ଗୁରୁତ୍ଵପୂଣ୍ଣ କଥାର ହେଲା ଏହି ରକ୍ତଦାନ କାର୍ଯ୍ୟକ୍ରମରେ କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ରକ୍ତଦାନ କରିଥିଲେ। ବରିଷ୍ଠ ସେବାୟତମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୁବାବର୍ଗଙ୍କ ମନୋବଳକୁ ଦୃଢ଼ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ କୁ ଶ୍ୟାମ ସୁନ୍ଦର ମହାପାତ୍ର ଅଶ୍ୱିନୀ ମୁଦୁଲି ରାଜ ନାରାୟଣ ମହାସୁଆର ଓ ଅନ୍ୟ ଯୁବ ସେବାୟତ ମାନେ ପରିଚାଳନା କରିଥିଲେ। ଶେଷରେ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଅଧିକ ନ୍ୟୁଜ୍‌ ଅପ୍‌ଡେଟ୍‌ ପାଇଁ କ୍ଲିକ୍‌ କରନ୍ତୁ

ମହାମେଣ୍ଟର ଅପମୃତ୍ୟୁ

Leave a Reply

Your email address will not be published. Required fields are marked *