ସଫଳତା ଆଣିଦେବ ଗୋଲମରିଚ

ଅନେକ ସମୟରେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ କିଛି କାମ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । କିମ୍ବା କିଛି କାମରେ ବାରମ୍ବାର ବାଧା ଉପୁଜିଥାଏ । କୌଣସି କାମ ଖୁବ୍ କଷ୍ଟରେ ସମ୍ପୂର୍ଣ୍ଣ ହେଲେ ମଧ୍ୟ ସେଥିରେ ପୂର୍ଣ୍ଣ ଭାବେ ସଫଳତା ମିଳିନଥାଏ । ବାରମ୍ବାର ଇଣ୍ଟଭ୍ୟୁ ଓ ଚାକିରି କ୍ଷେତ୍ରରେ ବିଫଳତା ଲାଗିରହିଥାଏ । ତେବେ ଏସବୁ ସମସ୍ୟାରୁ ମୁକ୍ତି ଦେବ ଆମ ରୋଷେଇଘରେ ଥିବା ଏକ ଛୋଟ ଜିନିଷ । ତାହା ହେଉଛି ଗୋଲମରିଚ । ଏହା ଗରମ ମସଲା ଭାବେ ଖାଦ୍ୟର ସ୍ୱାଦ ବଢାଇବା ସହିତ ଆପଣଙ୍କ ଜୀବନରେ ସଫଳତା ଆଣିଦେବ । କେବଳ ଗୋଟିଏ ଛୋଟ ଉପାୟ ଦ୍ୱାରା ଆପଣ ସଫଳ ହୋଇପାରିବେ ।

ତେବେ ଆସନ୍ତୁ ଜାଣିବା –
କୌଣସି କାମରେ ବାହାରକୁ ଯାଉଥିବା ସମୟରେ ଘରର ମୁଖ୍ୟ ଦ୍ୱାର ପାଖରେ କିଛି ଗୋଲମରିଚ ରଖିଦିଅନ୍ତୁ । ପରେ ଏହା ଉପରେ ପାଦ ରଖି ବାହାରକୁ ଯାଆନ୍ତୁ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପ୍ରତିଥର ନୂଆ କରି ଗୋଲମରିଚ ରଖନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କୁ କାମରେ ସଫଳତା ମିଳିଥାଏ ବୋଲି ବିଶ୍ୱାସ ରହିଛି । ପରୀକ୍ଷା ଦେବାକୁ ଯାଉଥିବା ବିଦ୍ୟାର୍ଥୀ ଓ ଇଣ୍ଟରଭ୍ୟୁ ପୂର୍ବରୁ ନିଶ୍ଚିତ ଭାବେ ଏହି ଉପାୟ କରି ଦେଖନ୍ତୁ ।

Leave a Reply

Your email address will not be published.