ବ୍ଲାକବୋର୍ଡ଼ ଭର୍ସେସ୍ ହ୍ୱାଇଟବୋର୍ଡ଼, ଜଣାପଡ଼ିଲା ମୁକ୍ତିଲାଭ ତାରିଖ

ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ଲାକବୋର୍ଡ଼ ଭର୍ସେସ୍ ହ୍ୱାଇଟବୋର୍ଡ଼’ର ମୁକ୍ତିଲାଭ ତାରିଖ ସାମନାକୁ ଆସିଛି । ସେନ୍ସରବୋର୍ଡ଼ର କିଛି ଆପତ୍ତି ଯୋଗୁଁ ଏହାର ମୁକ୍ତିଲାଭ ତାରିଖ ସ୍ଥିର ହୋଇପାରୁନଥିଲା । କିନ୍ତୁ ଏବେ ଏହାକୁ ‘ୟୁ’ ସାର୍ଟିଫିକେଟ୍ ମିଳିସାରିଛି । ଏହାର କାହାଣୀ ଗୋଟିଏ ଛୋଟ ସହରର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଗକୁ ବଢିଛି । ଏହି ଫିଲ୍ମରେ ରଘୁବୀର୍ ଯାଦବ ମୁଖ୍ୟ ଭୂମିକାରେ ଅଛନ୍ତି । ରଘୁବୀର୍ଙ୍କ ସମେତ ଏଥିରେ ଧର୍ମେନ୍ଦ୍ର ସିଂହ, ଅଲିସ୍ମିତା ଗୋସ୍ୱାମୀ, ଅଶୋକ ସମର୍ଥ, ଅଖିଳେନ୍ଦ୍ର ମିଶ୍ରା ଓ ପଙ୍କଜ ଝା ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ । ତରଣ ବିଷ୍ଟ୍ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ନୁପୂର ଶ୍ରୀବାସ୍ତବ, ଗିରୀଶ ତିୱାରୀ ଓ ଆଶୁତୋଷ ସିଂହ ରତନ । ଏହି ଫିଲ୍ମ ଆସନ୍ତା ୧୨ ତାରିଖ ଦିନ ମୁକ୍ତିଲାଭ କରିବ ।

Leave a Reply

Your email address will not be published.