ଆଜି ବିଜେପିର ଜାତୀୟ ପରିଷଦ ବୈଠକ: ସ୍ପଷ୍ଟ ହେବ ନିର୍ବାଚନ ରଣନୀତି

ଭୁବନେଶ୍ଵର, (ଓଟି): ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜାତୀୟ ପରିଷଦ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଶନିବାର ଦିନ ଶେଷ ହେବ। ଏହି ବୈଠକରେ ୧୫ ହଜାର କାର୍ଯ୍ୟକର୍ତ୍ତା ଯୋଗ ଦେବାର ଆୟୋଜନ କରାଯାଇଚି ।ଯେଉଁଠାରେ ଦେଶର ତୃଣମୂଳ ସ୍ତରରୁ ସାଂସଦ ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ବିଜେପି ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଇଛି। ଏହା ସହ ସାଂଗଠନିକ ନେତୃତ୍ଵ ନେଉଥିବା ନେତାମାନେ ଏଥିରେ ଯୋଗଦେବେ। ଆଶା କରାଯାଉଛି ଆସନ୍ତା ନିର୍ବାଚନ ପୂର୍ବରୁ ବିଜେପିର ବାର୍ତ୍ତାକୁ ପ୍ରେରଣ କରିବାରେ ଏକ ପ୍ରମୁଖ ମାଧ୍ୟମ ହେବ।

ପ୍ରଥମ ଦିନରେ ବିଜେପି ସଭାପତି ଅମିତ ଶାହ ଏହି ସଭାକୁ ଉଦ୍‌ବୋଧନ କରିବେ। ପ୍ରମୁଖ ପ୍ରସଙ୍ଗ ଭାବେ ବିଜେପି କିପରି ସାମାଜିକ ଉତ୍‌ଥାନ ଆଣିବାରେ ସହାୟକ ହୋଇଛଇ ତାହାକୁ ବଖାଣିବା ସହ ସରକାରଙ୍କ ସଫଳତାକୁ ବ୍ୟାଖ୍ୟା କରିବେ। ସାଧାରଣ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତଦ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସହ ଓବିସି କମିଶନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ଦେବା, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ରୋକିବା ଲାଗି ଆଇନକୁ ଅଧିକ କଠୋର କରିବା ନିୟମାବଳୀ କରିବାରେ ମୋଦି ସରକାରଙ୍କ ସଫଳତା ସମ୍ପର୍କରେ ଏହି ସଭା ତୃଣମୂଳ କର୍ମୀଙ୍କୁ ଜ୍ଞାନ ଦେବ। ଏହାଛଡ଼ା କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରାଯିବା ଲାଗି ମଧ୍ୟ ରାଜନୀତିକ ଆକ୍ରମଣ ହେବ। ଏଥିରେ ରାଫେଲ୍‌ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ନେଇ ବିଜେପି ନିଜର ସ୍ଵଚ୍ଛ ନୀତିକୁ ପ୍ରସାର କରିବ।

ଆଜିଯାଏ କୌଣସି ଜାତୀୟ ପରିଷଦରେ ଏତେ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଯୋଗ ଦେଇ ନଥିଲେ ।ଏଣୁ ଏହାକୁ ଗୁରୁତ୍ଵପୂଣ୍ର୍ଣ ବୋଲି ଗ୍ରହଣ କରାଯାଉଛି । ଶେଷଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଯୋଗ ଦଇେ ନିର୍ବୋଚନ ରଣନୀତି ବାବଦରେ କାର୍ଯ୍ୟକର୍ତ୍ତାଙ୍କୁ ବାର୍ତ୍ତା ଦେବା କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ବିଜେପିରେ ନେତୃତ୍ବ ପ୍ରତିଯୋଗିତା

http://odishatime.com/state-bjp-leadership-compitetion/

୭୫ବର୍ଷ ବୟସ୍କ ନେତାଙ୍କୁ ପୁଣି ବିଜେପି ଟିକଟ ମିଳିବ

ବିଜେପି ଚିନ୍ତା ବଢ଼ାଉଛି ଦଳିତ ଭୋଟ

Leave a Reply

Your email address will not be published.