ବିଜେପିରେ ଏକଛତ୍ରବାଦ ଶାସନ ଚାଲିଛି

ଭୁବନେଶ୍ୱର,(ଓଟି): ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନର ଜିଲ୍ଲା ସମ୍ପାଦକ ସଦାଶିବ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା (ମହିଳା ମୋର୍ଚ୍ଚା) ମିନାକ୍ଷୀ ପ୍ରିୟଦର୍ଶନୀ ଓ ପୂର୍ବତନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ବର୍ତ୍ତମାନର ଭୁବନେଶ୍ୱର ଜିଲା ଉପସଭାପତି ପୁରଞ୍ଜନ ପାଢ଼ୀ ଓ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବରେ ବିଜେପି ଛାଡିଛନ୍ତି।

ତାଙ୍କର ଅଭିଯୋଗ ଅନୁଯାୟୀ ଓଡିଶା ବିଜେପିରେ ବର୍ତ୍ତମାନ ଏକଛତ୍ରବାଦ ଶାସନ ଜାରି ରହିଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟବହାର ରେ ଅତିଷ୍ଠ ହୋଇ ଆମ୍ଭେମାନେ ଆଜି ବିଜେପି ଠାରୁ ନିଜକୁ ଦୁରେଇ ରଖୁଛୁ। ବର୍ତ୍ତମାନ ବିଜେପି ଦଳରେ ଆମ୍ଭମାନଙ୍କ ଭଳି ବହୁ ପୁରୁଣା ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅଣଦେଖା କରାଯାଉଛି, ଯାହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ମାହାଙ୍ଗା ପଡିବ। ଯେଉଁମାନେ ବିଜେପିର ପ୍ରକୃତ କର୍ମୀ ଘର ଘର ବୁଲି ଡାଲି, ଚାଉଳ ଆଦାୟ କରି ଓ ଘରେ ଘରେ ବୁଲି ଭୋଜନ କରି ବିଜେପିକୁ ତିଆରି କରିଥିଲେ ଏବଂ ନିଜକୁ ବିଜେପି ପାଇଁ ଉତ୍ସର୍ଗ କରିଦେଇଥିଲେ ସେମାନେ ଆଜି କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଅଲୋଡା ହୋଇଯାଇଛନ୍ତି।

ଯେଉଁମାନଙ୍କୁ ବିଜେପି ତ ଦୂରର କଥା ରାଜନୀତିର ର ଅକ୍ଷର ମଧ୍ୟ ଜଣା ନାହିଁ ଆଜି କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ଆଗଧାଡିର ରାଜ୍ୟସ୍ଥରୀୟ ନେତା ବନାଇ ଦେଇଛନ୍ତି। ଏଥିରୁ ବୁଝାପଡୁଛି ବୋଧହୁଏ, ଏମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କର ବ୍ୟକ୍ତିଗତ ବୁଝାମଣା ହୋଇଛି, ଯେଉଁଥିପାଇଁ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମନେ ରଖିବା ଉଚିତ ଆପଣଙ୍କର ନିଜର ଅହଂକାର ପାଇଁ ଆପଣ ଦିନେ ଓଡ଼ିଶାର ବିଜେପି ସଂଗଠନ କୁ ମାଟିରେ ମିଶାଇଦେବେ।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *