ଆଡ଼ଭାନୀ-ଯୋଶୀ ନିର୍ବାଚନ ଲଢ଼ିବେ

୯୧ବର୍ଷ ବୟସରେ ପଦାର୍ପଣ କରିଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ନିଜର ସଂସଦୀୟ ଆସନ ଗାନ୍ଧୀନଗରରୁ ବର୍ତ୍ତମାନ ସନ୍ୟାସ ନେବା ଚିନ୍ତାରେ ନାହାଁନ୍ତି। କେବଳ ଆଡ଼ଭାନୀ ନୁହଁନ୍ତି ତାଙ୍କର ପୁରୁଣା ସହଯୋଗୀ ମୂରଲୀ ମନୋହର ଯୋଶୀ(୮୪), ଶାନ୍ତା କୁମାର (୮୫), କଲାରାଜ ମିଶ୍ର (୭୭) ଓ ଭଗିସିଂହ କୋଶିୟାରୀ (୭୭) ପୁଣି ଥରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ପାଇଁ ମନସ୍ଥିର କରିସାରିଲେଣି।

ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ତାର ଦୁଇ ବରିଷ୍ଠ ତଥା ସଂସ୍ଥାପକ ସଦସ୍ୟ ଲାଲକୃଷ୍ଣ ଆଡ଼ଭାନୀ ଓ ମୂରଲୀ ମନୋହର ଯୋଶୀଙ୍କୁ ପୁଣି ଥରେ ନିର୍ବାଚନରେ ପ୍ରାର୍ଥୀ କରିପାରେ। ନିର୍ବାଚନ ଲଢ଼ିବା ସମ୍ପର୍କରେ ଏହି ଦୁଇ ନେତାଙ୍କୁ ଦଳ ପକ୍ଷରୁ ସବୁଜ ସଂକେତ ମିଳିସାରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଲାଣି। ୧୯୯୧ରୁ ଆଡ଼ଭାନୀ ପ୍ରତିନିଧିତ୍ୱ କରୁଥିବା ଗାନ୍ଧୀନଗର ସଂସଦୀୟ ଆସନରୁ ତାଙ୍କ ଝିଅ ପ୍ରତିଭା ଆଡ଼ଭାନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ପରିବାରବାଦକୁ ବିରୋଧ କରୁଥିବା ଆଡ଼ଭାନୀ ଦଳର ଏହି ପ୍ରସ୍ତାବକୁ ନାମଞ୍ଜୁର କରିଦେଇଛନ୍ତି। ଅପର ପକ୍ଷରେ ନିଜେ ନିର୍ବାଚନ ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି।

ରେକର୍ଡ଼ ହାସଲ କରିବେ ଆଡ଼ଭାନୀ

ଯଦି ଆଡ଼ଭାନୀ ଆଗାମୀ ନିର୍ବାଚନ ଲଢ଼ନ୍ତି ତେବେ ସେ ଜନତା ଦଳର ତେ. ଋାମସୁନ୍ଦର ଦାସଙ୍କ ପରେ ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତା କରିବାରେ ରେକର୍ଡ଼ ହାସଲ କରିବେ। ରାମସୁନ୍ଦର ଦାସ ୮୮ ବର୍ଷ ବୟସରଙ୍କ ବିହାରର ହାଜିପୁରରୁ ନିର୍ବାଚନ ଲଢ଼ିଥିଲେ।

ମିଡ଼ିଆ ରିପୋର୍ଟ ଅନୁସାରେ ମୂରଲୀ ମନୋହର ଯୋଶୀ(୮୪), ଶାନ୍ତା କୁମାର (୮୫), କଲାରାଜ ମିଶ୍ର (୭୭) ଓ ଭଗିସିଂହ କୋଶିୟାରୀ (୭୭)ଙ୍କୁ ବିଜେପି ପୁଣି ଥରେ ନିର୍ବାଚନରେ ଲଢ଼ିବା ପାଇଁ ସୁଯୋଗ ଦେଇପାରେ। ଗତ ନିର୍ବାଚନରେ ଯୋଶୀ କାନପୁର ସଂସଦୀୟ ଅସନରେ ପ୍ରତିଦ୍ୱନ୍ଦ୍ୱୀତା କରି ସଂସଦକୁ ନିର୍ବାଚିତ ହୋଇଛନ୍ତି। ଏହାଛଡ଼ା ସେ ଆହ୍ଲାବାଦ ଓ ବାରାଣାସୀରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *