ସକାଳ ୧୦ ସୁଦ୍ଧା ଗଣତି: ଦେଶ ଢଳୁଛି ମୋଦିଙ୍କ ଆଡ଼କୁ, ୫୧୧ରୁ ୨୭୭ରେ ବିଜେପି ଆଗୁଆ

ଚାଲିଛି ୫୪୨ ଲୋକସଭା ଆସନରେ ଭୋଟ୍‌ ଗଣତି। ଏଥିରୁ ୫୧୧ଟି ଆସନରେ ନିର୍ବାଚନ ଫଳାଫଳ ମୋଡ଼ ନେବା ଆରମ୍ଭ କଲାଣି। ଏ ଭିତରୁ ୨୭୭ଟି ଆସନରେ ଲଗାତାର ବିଜେପି ଆଗକୁ ବଢ଼ି ଚାଲିଛି। ଆଉ କଂଗ୍ରେସର ସ୍ଥିତି ତଳ ଉପର ହୋଇ ୫୨ରେ ପହଞ୍ଚିଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଶାରେ ବିଜେଡି ୮ଟି ଲୋକସଭା ଆସନରେ ଆଗକୁ ବଢ଼ୁଥିବାବେଳେ ସାରା ଦେଶରେ ଅନ୍ୟ ଦଳମାନେ ୧୭୪ଟି ଆସନେରେ ଆଗୁଆ ଅଛନ୍ତି। ଏଭଳି ମତ ସ୍ପଷ୍ଟ କରୁଛି ଯେ ଦେଶ ପୁଣିଥରେ ମୋଦିଙ୍କ ଆଡ଼କୁ ଢଳିବାକୁ ଯାଉଛି।

କଂଗ୍ରେସ ପରେ ଯେଉଁ ଦଳ ଆଗକୁ ବଢ଼ୁଛି ତାହା ହେଲା ତୃଣମୂଳ କଂଗ୍ରେସ। ପଶ୍ଚିମବଙ୍ଗରେ ଏହି ଦଳ ସହ ବିଜେପି କଡ଼ା ମୁକାବିଲା କରିଥିଲା। ୪୨ ଆସନ ବିଶିଷତ୍ଟ ପଶ୍ଚିମବଙ୍ଗ ଦେଶରେ ସରକାର ଗଠନରେ ଏକ ଗୁରୁତ୍ଵପୂଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ରାଜ୍ୟରେ ତୃଣମୂଳ କଂଗ୍ରେସ ଅନେକ ନିରାଶ ଦେଖିବାକୁ ଯାଉଛି। କିନ୍ତୁ ବିଜେପିକୁ ସେତିକି ସଫଳତା ମିଳିପାରି ନାହିଁ। ମୋଟି ୩୭ଟି ଆସନ ଭିତରୁ ଟିଏମ୍‌ସି ୨୨ଟିରେ ଆଗକୁ ବଢ଼ିଥିବାବେଳେ ବିଜେପି ୧୩ ଏବଂ ୨ଟିରେ କଂଗ୍ରେସ ଆଗକୁ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି।

Leave a Reply

Your email address will not be published.