ରାଜ୍ୟର ୧୦ ଲୋକସଭା ପାଇଁ କିଏ ହେବେ ବିଜେପି ପ୍ରାର୍ଥୀ, ନଜର ପକାନ୍ତୁ
ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟି ରାଜ୍ୟ ପାଇଁ ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୧୦ଟି ଲୋକସଭା ଆସନ ସାମିଲ୍ ରହିଛି। ସେଥିରେ ତିନିଜଣ ମହିଳା ସାମିଲ୍ ରହିଛନ୍ତି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବଳଭଦ୍ର ମାଝିଙ୍କୁ ଟିକେଟ୍ ମିଳିଥିବାବେେଳେ ବଲାଙ୍ଗୀର ଆସନ ପାଇଁ ବିଧାୟକ କନକ ବଦ୍ଧନଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ଭାବେ ଟିକେଟ୍ ଦେଇଛି।
ସୁନ୍ଦରଗଡ଼ | ଆଦିବାସୀ | ଜୁଏଲ୍ ଓରାମ |
କେନ୍ଦୁଝର | ଆଦିବାସୀ | ଅନନ୍ତ ନାୟକ |
ବାଲେଶ୍ଵର | ସାଧାରଣ | ପ୍ରତାପ ଷଡ଼ଙ୍ଗୀ |
ଢେଙ୍କାନାଳ | ସାଧାରଣ | ରୁଦ୍ର ନାରାୟଣ ପାଣି |
ବଲାଙ୍ଗୀର | ସାଧାରଣ | ସଙ୍ଗୀତା କୁମାରୀ ସିଂହଦେଓ |
ନବରଙ୍ଗପୁର | ଆଦିବାସୀ | ବଳଭଦ୍ର ମାଝି |
କେନ୍ଦ୍ରାପଡ଼ା | ସାଧାରଣ | ବୈଜୟନ୍ତ ପଣ୍ଡା |
ଭୁବନେଶ୍ଵର, | ସାଧାରଣ | ଅପରାଜିତା ଷଡ଼ଙ୍ଗୀ |
ଆସ୍କା | ସାଧାରଣ | ଅନୀତା ପ୍ରିୟଦର୍ଶିନୀ |
ବ୍ରହ୍ମପୁର | ସାଧାରଣ | ଭ୍ରୁଗୁ ବକ୍ସିପାତ୍ର |