ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ବିଜେପି ନେତା ପାଇଲେ ସମନ

ବିଜେପିର ବିଜେପିର ଦୁଇ ନେତା ଭୃଗୃ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ନିକଟରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ସମନ ପହଞ୍ଚିଛି । ଓଡ଼ିଶା ପୁଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଏହି ଦୁଇ ନେତାଙ୍କ ପାଖରେ ସମନ ପହଞ୍ଚିଛି । ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ଗତ ୨୯ ତାରିଖରେ ସମନ ଜାରି କରିଥିଲା ଛତ୍ରପୁର ପୁଲିସ । ଏଥିରେ ଆସନ୍ତା ୭ ଓ ୯ ତାରିଖରେ ଉଭୟଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଓଡିଶା ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

ବିଜେଡି ନେତାଙ୍କୁ ସିବିଆଇ ଦେଇଥିବା ସମନ କୁଆଡେ ଗଲା

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଲିସର ସମନ ବିଜେପି ନେତାଙ୍କ ପାଖରେ ପହଞ୍ଚି ଥିବା ବେଳେ ବିଜେଡି ନେତାଙ୍କୁ ସିବିଆଇ ଦେଇଥିବା ସମନ କୁଆଡେ ଗଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଦିନ ଚିଟଫଣ୍ଡ ମାମଲାରେ ବିଜେଡିର ଦୁଇ ନେତାଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଥିଲା। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ ଜାରି କରି ଜାନୁଆରି ୨୮ ଓ ୩୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସିବିଆଇ ପକ୍ଷରୁ କୁହାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଏନେଇ ବିଜେଡିର ଦୁଇ ନେତା ମୁହଁ ଖୋଲି ନ ଥିବା ବେଳେ ସିବିଆଇ ପକ୍ଷରୁ ଦିଆଯାଇଥିବା ସମନ କୁଆଡେ ଗଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପୁଣି ଥରେ ନୋଟିସ୍ ଜାରି କରିବ ସିବିଆଇ

ରାଜ୍ୟର ବହୁ ଚର୍ଚ୍ଚିତ ଚିଟ୍ ଫଣ୍ଡ ମହାଦୁର୍ନୀତି ମାମଲାକୁ ନେଇ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ବିଜେଡି ଦଳର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ଅରୁଣ ସାହୁଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲା। ମାତ୍ର ଏହି ଦୁଇ ନେତା ଭୁବନେଶ୍ଵର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନାହାନ୍ତି। ଏହାକୁ ନେଇ ପୁଣି ଥରେ ସିବିଆଇ ନୋଟିସ୍ ଜାରି କରିବ ବୋଲି ସୂଚନା ଦେଇଛି।

Leave a Reply

Your email address will not be published.