ପୂର୍ଣ୍ଣ ବଜେଟ ଆଗତ କରିବେ ସରକାର!
ନିକଟରେ ଅନେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବା ପରେ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅସନ୍ତୁଷ୍ଟ ଭୋଟରଙ୍କୁ ମନାଇବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ପରିବର୍ତ୍ତେ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରି ପାରନ୍ତି। ବିଜେପି ନେତାଙ୍କ ପକ୍ଷରୁ କିଛି ଏହି ଧରଣର ସଙ୍କେତ ମିଳିଛି। ଅନ୍ୟ ପଟେ କଂଗ୍ରେସ ଗତ ଦିନରେ ବିଜେପିକୁ ଚେତାଇ ଦେଇଛି ଯେ ସଂସଦୀୟ ପରମ୍ପରାକୁ ଉଲ୍ଲଙ୍ଘନ କରିବାକୁ ଉଦ୍ୟମ ନକରୁ।
ବିଜେପି ନେତାଙ୍କ କହିବା କଥା ଲେଖାନୁଦାନ କୌଣସି ପୂର୍ଣ୍ଣ ବଜେଟ୍ ପରି ହୋଇଥାଏ। ତେଣୁ ସରକାରଙ୍କୁ ଚାଷୀ, ଗ୍ରାମୀଣ କ୍ଷେତ୍ର ଓ ମଧ୍ୟମବର୍ଗର ଲୋକଙ୍କ ପାଇଁ ଲୋକାଭିମୁଖୀ ଯୋଜନା ଘୋଷଣା କରିବାରେ ପଛକୁ ହଟିବା ଉଚିତ୍ ନୁହେଁ।
ବିଜେପି କହିଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଉପସ୍ଥାପନ ହେବାକୁ ଥିବା ବଜେଟ୍ ପାଇଁ ଲେଖାନୁଦାନ ଶବ୍ଦର ଅଯଥା ବ୍ୟବହାର କରାଯାଉଛି। ଏଥିରେ ସମସ୍ତ ପ୍ରକାରର ଘୋଷଣା କରାଯିବା ଉଚିତ୍। ଯେମିତି ପୂର୍ଣ୍ଣ ବଜେଟରେ କରାଯାଇଥାଏ। ଟ୍ୟାକ୍ସରେ କୌଣସି ପ୍ରକାରର ରିଆତି ଦେବା ମୁସ୍କିଲ, ମାତ୍ର ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଯେଉଁ ଭୋଟରଙ୍କ ଉପରେ ନଜର ପକାଇଛି ସେମାନଙ୍କ ପାଇଁ ଆଶ୍ଵସ୍ତିକର ଘୋଷଣା କରାଯିବା ଉଚିତ୍। ବିଜେପିର ଜଣେ ନେତା କହିଛନ୍ତି ଯେ, କୌଣସି ବି ବଜେଟର ଅର୍ଥ ପୂର୍ଣ୍ଣ ବଜେଟ୍ ହିଁ ହୋଇଥାଏ। ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ ଏକ ନିୟମିତ ବଜେଟ୍ ପରି ହେବାର ଆଶା କରାଯାଉଛି।
ଶେଷ ବଜେଟରେ ମୋଦି ସରକାର ଚାଷୀଙ୍କ ପାଇଁ ଅନେକ ଘୋଷଣା ବୋଲି ଆଶା କରାଯାଉଛି। ମାତ୍ର ଏହାର ରୂପରେଖା କେମିତି ହେବ ତାହା ଉପରେ ଅନ୍ତିମ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ। ଏହି ବଜେଟରେ କେନ୍ଦ୍ର ସରକାର କୃଷକଙ୍କୁ ବହୁତ ବଡ଼ ଆଶ୍ଵସ୍ତି ଦେଇ ପାରନ୍ତି। କୃଷକଙ୍କୁ ସେମାନଙ୍କର ଉତ୍ପାଦନର ଉଚିତ୍ ମୂଲ୍ୟ ନମିଳିବା କାରଣରୁ ବିଜେପି ଚାଷୀକୂଳର ରୋଷର ଶିକାର ହେବାକୁ ପଡ଼ିଛି। ଗତ ବଜେଟରେ ସରକାର ଚାଷୀଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣ ବୃଦ୍ଧି କରିଥିଲେ ମଧ୍ୟ ଏହାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରାଯାଇ ପାରିନଥିଲା। ତେଣୁ ନିକଟ ନିର୍ବାଚନରେ ବିଜେପିର ପ୍ରଦର୍ଶନ ବହୁତ ଖରାପ ରହିଥିଲା।