ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ: ଖାରବେଳ ପ୍ରକାଶଙ୍କ ସମେତ ୯ ବିଧାନସଭା ପାଇଁ ନାଁ ଘୋଷଣା
ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟି ଏହାର ୮ମ ଲୋକସଭା ପ୍ରାର୍ଥୀ ତାଲିକା ଓ ତୃତୀୟ ଓଡ଼ିଶା ବିଧାରନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ କନ୍ଧମାଳ ଏବଂକଟକ ଲୋକସଭା ସମେତ ୯ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।
କଟକ ଲୋକସଭା ଆସନରୁ ପୂର୍ବତନ ଡିଜିପିତଥା ରବିବାରଦିନ ବିଜେପିରେ ଯୋଗ ଦେଇଥିବା ପ୍ରକାଶ ମିଶ୍ର ପ୍ରାର୍ଥୀ ହେବେ। ଠିକ୍ ସେହିପରି ଆଜି ସକାଳେ ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ଵାଇଁ କନ୍ଧମାଳରୁ ବିଜେପି ପ୍ରାର୍ଥୀ ହେବେ।
ଏବେ ନଜର ପକାନ୍ତୁ କିଏ ହେବେ କେଉଁଠୁ ବିଧାନସଭା ପ୍ରାର୍ଥୀ:
| ବିଧାନସଭା ମଣ୍ଡଳୀ | ପ୍ରାର୍ଥୀ |
| ଝାରସୁଗୁଡ଼ା | ଦିନେଶ ଜୈନ |
| ରେଢ଼ାଖୋଲ | ଦେବେନ୍ଦ୍ର ମହାପାତ୍ର |
| ଭଣ୍ଡାରୀପୋଖରୀ | ବଦ୍ରିନାରାୟଣ ଧଳ |
| ଭଦ୍ରକ | ଡ. ପ୍ରଦୀପ ନାୟକ |
| ଫୁଲବାଣୀ | ଦେବନାରାୟଣ ପ୍ରଧାନ |
| ପାରାଦୀପ | ସମ୍ପଦ ସ୍ଵାଇଁ |
| ଜୟଦେବ | ନରେନ୍ଦ୍ର ନାୟକ |
| ଜଟଣୀ | ବିଶ୍ଵରଞ୍ଜନ ବଡ଼ଜେନା |
| ବେଗୁନିଆ | ରିଷଭ ନନ୍ଦ |











