ଜଗତସିଂହପୁର ଲୋକସଭାରୁ ବିଭୁ, କାକଟପୁର ବିଧାନସଭାରୁ ରବି ମଲ୍ଲିକ ବିଜେପିର ପ୍ରାର୍ଥୀ

ବାକି ଥିବା ଆସନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଗୋଟିଏ ଲୋକସଭା ଓ ୨ଟି ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ  ସୁନାକର ବେହେରା ଓ କାକଟପୁର ବିଧାନସଭା ପାଇଁ ରବି ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି।


ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବିଭୁ ତରାଇଙ୍କୁ ଦଳ ଜଗତସିଂହପୁର ଲୋକସଭା ପାଇଁ ପ୍ରାର୍ଥୀ କରିଛି। କେନ୍ଦ୍ରାପଡ଼ା ବିଧାନସଭା ପାଇଁ ସୁନାକାର ବେହେରା ଓ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ କାକଟପୁରରୁ ରବି ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି। ଏହାକୁ ମିଶାଇ ବିଜେପି ସମସ୍ତ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ଶେଷ କରିଛି।

ବିଭୁ ତରାଇ ହେଉଛନ୍ତି ପୂର୍ବତନ ଜଗତସିଂହପୁର ସାଂସଦ। ସେ ୨୦୦୯ ନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସର ନୀତି ଆଦର୍ଶ ଏବଂ ଦଳୀୟ କନ୍ଦଳରେ ଅସନ୍ତୁଷ୍ଟ ବ୍ୟକ୍ତି କରି ଦଳ ଛାଡିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ୨୦  ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଜଗତସିଂହପୁରରେ ପ୍ରାର୍ଥୀ ଦେଇନଥିଲା। ଏବେ ବିଭୁଙ୍କୁ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି।

ଏହି ପରି ପୂର୍ବତନ କାକଟପୁର ବିଧାୟକ। ରବି ମଲ୍ଲିକ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କାକଟପୁରରୁ ବିଜେପି ପ୍ରାର୍ଥୀ ବିଜେଡିରେ ଯୋଗ ଦେବା ପରେ ଏଠାରେ ବିଜେପିକୁ ପ୍ରାର୍ଥୀ ଘୋଷଣା କରିବାର ଥିଲା। ଏବେ ରବି ମଲ୍ଲିକ ଦଳରେ ଯୋଗ ଦେବା ପରେ ତାଙ୍କୁ କାକଟପୁରର ପ୍ରାର୍ଥୀ କରାଯାଇଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୫ ଆସନରେ ବଦଳି ପାରନ୍ତି ବିଜେଡି ପ୍ରାର୍ଥୀ

ଭାଇରାଲ ଭିଡିଓ ନେଇ ଅଡ଼ୁଆରେ ପ୍ରଦୀପ ମାଝୀ

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?


Leave a Reply

Your email address will not be published. Required fields are marked *