ବିଜେପିର ୧୧ ବିଧାନସଭା ୩ ଲୋକସଭା ପ୍ରାର୍ଥୀ ଘୋଷଣା
ଭୁବନେଶ୍ଵର,(ଓଟି): ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଉ ୧୧ ଜଣଙ୍କ ପ୍ରାର୍ଥୀ ଘୋଷଣା କରିଛି। ଏହାସହ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ଲୋକସଭା ପ୍ରାର୍ଥୀ ତାଲିକାରେ ପୂର୍ବତନ ସାଂସଦ ତଥା ବିଜେଡିରୁ ନିକଟରେ ବିଜେପିରେ ଯୋଗ ଦେଇଥିବା ଅର୍ଜୁନ ଚରଣ ସେଠୀଙ୍କ ନାଁ ରହିଛି। କିନ୍ତୁ ପୂର୍ବତନ ସାଂସଦ ମୋହନ ଜେନାଙ୍କ ନାଁ ନାହିଁ।
ନଜର ପକାନ୍ତୁ ବିଧାନସଭା ପ୍ରାର୍ଥୀ ତାଲିକା ଉପରେ
| ଆନନ୍ଦପୁର | ଆଲୋକ ସେଠୀ |
| ରାଇରଙ୍ଗପୁର | ନବଚରଣ ମାଝି |
| ମୋରଡ଼ା | ଡ. କୃଷ୍ଣଚନ୍ଦ୍ର ମହାପାତ୍ର |
| ଆଠମଲ୍ଲିକ | ଭାଗିରଥି ପ୍ରଧାନ |
| ନୀଳଗିରି | ସୁକାନ୍ତ ନାୟକ |
| ବାଙ୍କି | ସୁଭ୍ରାଂଶୁ ଶେଖର ପାଢ଼ୀ |
| ପାଟକୁରା | ବିଜୟ ମହାପାତ୍ର |
| ଆଠଗଡ଼ | ବ୍ରଜେନ୍ଦ୍ର ରାୟ |
| ମହାକାଳପଡ଼ା | ବିଜୟ ପ୍ରଧାନ |
| ପୁରୀ | ଜୟନ୍ତ ଷଡ଼ଙ୍ଗୀ |
| ଭୁବନେଶ୍ୱର ଉତ୍ତର | ଅପରାଜିତା ମହାନ୍ତି |
ଲୋକସଭା ପ୍ରାର୍ଥୀ ତାଲିକା
| ମୟୁରଭଞ୍ଜ | ବିଶେଶ୍ଵର ଟୁଡୁ |
| ଭଦ୍ରକ | ଅଭିମନ୍ୟୁ ସେଠୀ |
| ଯାଜପୁର | ଅମୀୟ ମଲ୍ଲିକ |











