ବିଜେଡିରେ ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀ
ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସେଠୀ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ। ସେ ବିଧିବଦ୍ଧଭାବେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଜେଡ଼ିରେ ଯୋଗ ଦେଇଛନ୍ତି ।
ଏମିତି କାହିଁକି କଲେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଭାଗିରଥୀ କହିଛନ୍ତି, ବିଜେପିର ସ୍ଥିତି ଠିକ୍ ନାହିଁ । ଦଳରେ ଅର୍ନ୍ତଦ୍ୱନ୍ଦ ପ୍ରବଳ । ସେଠି ଅଣନିଶ୍ୱାସୀ ଲାଗିଲା । ନିଜକୁ ସୁରକ୍ଷା ମଣିଲିନି । ମୁଁ ବିଜୁ ପରିବାର ଲୋକ । ପରିବାର ଛାଡ଼ି ଚାଲିଯାଇଥିଲି । ପୁଣି ମୋ ପରିବାରକୁ ଫେରିଆସିଲି । ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନରେ ଭାଗିରଥୀ ଚିରାଚରିତ ଉତ୍ତର ଦେଇଥିଲେ । ଦଳର ସୁପ୍ରିମୋ ଯାହା ଚାହିଁବେ ତାକୁ ମୁଁ ମାନିବି ବୋଲି କହିଥିଲେ । ଭାଗିରଥୀଙ୍କ ଏଭଳି ପଟ୍ଟପରିବର୍ତ୍ତନ ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି ।
ଏଠାରେ ସୂଚନାଯୋଗ୍ୟ ଯେ ଭାଗିରଥୀ ସେଠୀ ମେଣ୍ଟ ସରକାର ଥିବା ବେଳେ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ । କିନ୍ତୁ ୨୦୧୪ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା । ଏହାପରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।