ପ୍ରଶାନ୍ତଙ୍କୁ ମୁଦୁଲିଙ୍କୁ ଚ୍ୟାଲେଞ୍ଜ, ଜଗତସିଂହପୁରରୁ ଲଢ଼ିବେ, ଅନ୍ୟ ୮ ପ୍ରାର୍ଥୀଙ୍କ ନାଁ ଘୋଷଣା
ଭୁବନେଶ୍ଵର, (ଓଟି): ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ। ନିଜର ପୂର୍ବ ବିଜିତ ନିର୍ବାଚନ ମଣ୍ଡଳୀରୁ ତାଙ୍କ ନାଁକୁ କାଢ଼ି ଜଗତସିଂହପୁରରୁ ପ୍ରାର୍ଥୀ ହେବାକୁ କୁହାଯାଇଛି। ଏହିକ୍ରମରେ ସେ କଂଗ୍ରେସ ବିଧାୟକ ଚିରଞ୍ଜିବି ବୀଶ୍ଵାଳଙ୍କୁ ସମ୍ମୁଖୀନ ହେବେ। ଯେଉଁ ଆସନକୁ ନିରାପଦ ନମାନି ଦିର୍ଘଦିନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜଗତସିଂହପୁର ଛାଡ଼ି ତିର୍ତ୍ତୋଳ ଗଲେ ସେଠାରୁ ପ୍ରଶାନ୍ତ ଠିଆ ହେବେ।
ପ୍ରଶାନ୍ତଙ୍କ ପାଇଁ ବାଲିକୁଦା-ଏରସମା ବି ନିରାପଦ ଆସନ ନଥିଲା। ଏହି ବିଧାନସଭା ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ନେତା ଏବେ ବିଜେପି ଟିକେଟ୍ରେ ଲଢ଼ିବେ। ଏଠାରେ ଜଣେ ନୂଆ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେବ। ଏଥିଲାଗି ରଘୁନନନ୍ଦନ ଦାଶଙ୍କ ନାଁ ଘୋଷଣା କରିଛି। ଗୋଟିଏ ପଟେ ଏହା ଦାମଙ୍କୁ ସହାୟକ ହେବ ବୋଲି ଆଲୋଚନା କରାଯାଉଛି ।
ବର୍ତମାନ ଯାଏ ଘୋଷଣା କରାଯାଇଥିବା ୧୧୯ ଜଣ ବିଧାୟକ ପ୍ରାର୍ଥୀ ତାଲିକା ପାଇଁ ଏଇଠି କ୍ଲିକ୍ କରନ୍ତୁ
୯ ପ୍ରାର୍ଥୀଙ୍କ ନାଁ ଘୋଷଣା
ରବିବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବଶିଷ୍ଟ ୨୮ଟି ଆସନ ଭିତରୁ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ନଜର ପକାନ୍ତୁ କିଏ ହେଲେ କେଉଁଠୁ ପ୍ରାର୍ଥୀ
ବିଜେଡିର ପ୍ରାର୍ଥୀ ତାଲିକା | |
କିଏ | କେଉଁଠୁ |
ପ୍ରଦୀପ ମହାରଥୀ | ପିପିଲି |
ଭାଗିରଥୀ ସେଠୀ | ଆନନ୍ଦପୁର |
ସମୀର ଦାଶ | ନିମାପଡ଼ା |
ରାଜେନ୍ଦ୍ର ଦାଶ | ଧାମ ନଗର |
ପ୍ରଶାନ୍ତ ମୁଦୁଲି | ଜଗତସିଂହପୁର |
ବାଲିକୁଦା-ଏରସମା | ରଘୁନନ୍ଦନ ଦାଶ |
ନିଆଳି | ପ୍ରମୋଦ ମଲ୍ଲିକ |
କାକଟପୁର | ସୁରେନ୍ଦ୍ର ସେଠୀ |
ନିଳଗିରି | ସାନ୍ତୋଷ ଖଟୁଆ |