ଚନ୍ଦ୍ରାଣୀଙ୍କୁ ବିପଦ ବାପା ଓ ଫଟୋ

କେନ୍ଦୁଝରର ବିଜେଡି ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଅଡ଼ୁଆରେ ପଡିଛନ୍ତି। ପ୍ରଥମରୁ ତାଙ୍କ ନାମରେ ତିନିଟି ବାପା ରହିଥିବା ଅଭିଯୋଗ ଉଠିଛି। ଏସମ୍ପର୍କରେ ଚନ୍ଦ୍ରାଣୀ ଏପର୍ଯ୍ୟନ୍ତ ସଫେଇ ଦେଇନାହାଁନ୍ତି। ଠିକ ଏତିକି ବେଳକୁ ଆପତ୍ତିଜନକ ଫଟୋ ବୁଲିଲାଣି ବଜାରରେ। ଏହାକୁ ଦେଖାଇବା ବି ସମ୍ଭବ ନୁହେଁ। ଆଗକୁ ଏହି ଫଟୋ ଯେମିତି ଭାଇରାଲ ହେବାରେ ଲାଗିଛି, ତାହା ମୁଖିଆଙ୍କ ମୁହଁରେ ମଧ୍ୟ କଳା ବୋଳି ଦେଇପାରେ। ଶଙ୍ଖ ଦଳ ମଧ୍ୟ ପଡିପାରେ ଲାଜରେ।

ଚନ୍ଦ୍ରାଣୀ ବିତଜେଡିରେ କେବେ ବି ନଥିଲେ। କିନ୍ତୁ ଚମ୍ପୁଆ ବିଧାୟକ ସନାତନ ମହାଖୁଡଙ୍କ ସହ ବିଜେଡିର ଗୁପ୍ତ ରାଜିନାମା ପରେ ଚନ୍ଦ୍ରାଣୀ ଆତ୍ମପ୍ରକାଶ କଲେ। ସେ ହେଲେ ସନାଙ୍କ କ୍ୟାଣ୍ଡିଡେଟ । ସନାଙ୍କୁ ଖୁସ କରିବା ପାଇଁ ଶକୁନ୍ତଳାଙ୍କୁ ବିଦା କରି ଚନ୍ଦ୍ରାଣୀଙ୍କୁ ବିଜେଡି ଟିକଟ ଦେଇଛି। ହେଲେ ବୟଫ୍ରେଣ୍ଡ ସହ ଫଟୋ ଯେମିତି ବୁଲିଲାଣି, ନିର୍ବାଚନ ପ୍ରଚାର ବେଳେ ଏହା ଏକ ଇସ୍ୟୁ ହେଇଯିବ। ଏସମ୍ପର୍କରେ ବିଜେଡି ନେତାଙ୍କ ପାଟି ବନ୍ଦ ହେବାକୁ ବାଧ୍ୟ।

ଯଦି କଂଗ୍ରେସର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ବିରୋଧରେ ଥାଇଲାଣ୍ଡ ଭିଡିଓକୁ ନେଇ ବିଜେଡି ନେତା ଏତେ ହୋ ହାଲ୍ଲା କରୁଛନ୍ତି, ତେବେ ଚନ୍ଦ୍ରାଣୀଙ୍କ ବିରୋଧରେ ବିରୋଧୀଏ ହୋ ହାଲ୍ଲା କରିବେନି କାହିଁକି ବୋଲି ପ୍ରଶ୍ନ ଉଠିଲାଣି?

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *