୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ଵର, (ଓଟି): ସେପ୍ଟେମ୍ବର ୨ତାରିଖରୁ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ରାଜ୍ୟର ପଅତି ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଏଥିବାଇଁ ସ୍ଵତନ୍ତ୍ର ଆୟୋଜନ ହେବ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ ବୋଲି ବିଜେଡି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ତାରିଖରେ ହେବ। ଏହିଦିନ ବରିବର୍ଦ୍ଧିତ କାର୍ଯ୍ୟକାରିଣୀର ସାଧାରଣ ବୈଠକ ଡକାଯାଇଛି।ଦଳର ସଭାପତି ଏଥିରେ ପୌରୋହିତ୍ୟ କରିବେ। କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ନବ ନର୍ବାଚିତ ବିଧାୟକ. ସାଂସଦ, ରାଜ୍ୟ କର୍ମକର୍ତ୍ତା, ରାଜ୍ୟ ଛାମୁଆ ସଂଗଠନର ମୁଖ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିମାନଙ୍କୁ ଏଥିରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରାଯାଇଛି।