#OdishaFightsCorona: ‘ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ଏକ ସାମାଜିକ ଆନ୍ଦୋଳନ ହେଉ’

ଭୁବନେଶ୍ଵର (ଓଟି): ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏନେଇ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏକ ପ୍ରେସ୍‌ ବିଜ୍ଞପ୍ତିରେ ସବିଶେଷ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ସମସ୍ତେ ଗ୍ରହଣ କରିବା ସହ କରୋନା ଯୁଦ୍ଧରେ ଏକ୍‌ ମନପ୍ରାଣ ହେବାକୁ ଅନୁରୋଧ ଜଣାଇଛନ୍ତି।

ଶ୍ରୀ ଦାସବର୍ମା ନିବେଦନ କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ସଙ୍କଟପୂର୍ଣ୍ଣ ସମୟରେ ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁ ନିଜ ଅଞ୍ଚଳର ଜଣେ ବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦିଅନ୍ତୁ ନାହିଁ। ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରିବା ସହ ଲୋକଙ୍କ ପାଖରେ ଛିଡ଼ାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଯଦି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁ ଏଭଳି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରନ୍ତୁ। ଆପତ୍ତକାଳୀନ ସ୍ଥିତିରେ ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଘୋଷଣା କରାଯାଉଥିବା ଗାଇଡ୍‌ଲାଇନକୁ ଅନୁପାଳନ କରନ୍ତୁ। ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ବିଜୁ ଜନତା ଦଳର ଅଗଣିତ କର୍ମୀମାନେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ  ରକ୍ତ ଅଭାବକୁ ମୁକାବିଲା କରିବା ପାଇଁ ଆଗେଇ ଆସନ୍ତୁ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ସହ ଆହ୍ଵାନକୁ ଗ୍ରହଣ କରି ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ଦାସବର୍ମା ଜଣାଇଛନ୍ତି

Leave a Reply

Your email address will not be published.