ସବୁ କାର୍ଯ୍ୟକ୍ରମ ବାତିଲ୍ କଲା ବିଜେଡି

ଭୁବନେଶ୍ୱର (ଓଟି): ମହାମାରୀ କରୋନାକୁ ନେଇ ରାଜ୍ୟ ସରକାର ‘ବିପର୍ଯ୍ୟୟ’ ଘୋଷଣା କରିସାରିଛନ୍ତି। ଏଥିସହ ଆନୁଷଙ୍ଗିକ ଆଶୁ ପଦକ୍ଷେପ ନେବା ସହ ସଚେତନତା ଜାରି ରଖିଛନ୍ତି। ଏହିକ୍ରମରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏହାର ସମସ୍ତ କର୍ଯ୍ୟକ୍ରମ ବାତିଲ୍‌ କରିଦିଆଯାଇଛି।

ସୂଚନା ଅନୁସାରେ ସରକାର ଶୁକ୍ରବାର ‘କରୋନା’କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଓ ନବୀନ ସରକାରର ୨୦ବର୍ଷ ପୂର୍ତ୍ତି ନିମନ୍ତେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ୧୫ଦିନ ଧରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଜାରି ରହିଥିଲା। ମାତ୍ର ଦଳ ପକ୍ଷରୁ ଏସବୁ ବାତିଲ କରାଯାଇଛି। ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କୌଣସି ଦଳୀୟ ବୈଠକ, କାର୍ଯ୍ୟକ୍ରମ, କର୍ମୀ ସମ୍ମିଳନୀ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ‘କରୋନା’ ପ୍ରତି ସଚେତନ ଓ ସତର୍କ ରହିବା ନିମନ୍ତେ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *