ସନାଙ୍କ କଥାରେ ବିଜେଡି ପରିଚାଳିତ

ରାଜ୍ୟରେ ବିଜେଡି ନେତୃତ୍ୱ କିପରି ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ଙ୍କ କଥାରେ ଉଠବସ‍୍‌ ହୋଇଛନ୍ତି ତାହା ଆଜି ନିଜେ ସନାତନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଖରାପ ଯୋଗୁ ନିଜେ ନିର୍ବାଚନ ଲଢ଼ୁନଥିଲେ ବି ତାଙ୍କ କଥାରେ ବିଜେଡି ଲୋକସଭା ଓ ଚମ୍ପୁଆ ବିଧାନସଭା ପ୍ରାର୍ଥୀ ଦେଇଛି।

ସନାତନ କହିଛନ୍ତି ଯେ, ମୁଁ ଏବେ କିମ୍ୱା ଭବିଷ୍ୟତରେ ବିଜେଡିରେ ମିଶିବାର ଦେଖାଯାଉନାହିଁ। କିନ୍ତୁ ଗତ କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ଅବସରରେ ଚନ୍ଦ୍ରାଣୀଙ୍କୁ ଲୋକସଭା ପ୍ରାର୍ଥୀ ଓ ମିନାକ୍ଷୀଙ୍କୁ ଚମ୍ପୁଆ ବିଧାନସଭା ପାଇଁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲି। ମୋର ସେହି ପ୍ରସ୍ତାବକୁ ବିଜେଡି ମୁଖିଆ ଗ୍ରହଣ କରି ସେମାନଙ୍କୁ ପ୍ରାର୍ଥୀ କରିଛନ୍ତି ବୋଲି ଶ୍ରୀ ମହାଖୁଡ କହିଛନ୍ତି।

ସେ କହିଛନ୍ତି, ମାଛ ପାଣି ବିନା ବଞ୍ଚିପାରିବ ନାହିଁ କି ସନା ମହାକୁଡ଼ ରାଜନୀତିକୁ ଛାଡ଼ି ରହିପାରିବ ନାହିଁ। ଦେହ ଯେତେ ଅସୁସ୍ଥ ରହିଲେ ମଧ୍ୟ ମୁଁ ରାଜନୀତି କରିବି। ଦେଖିବାକୁ ଗଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ଏକ ଆଞ୍ଚଳିକ ଦଳ ଯିଏ ୧୯ ବର୍ଷ ଧରି ଶାସନ ଗାଦିରେ ରହିଛି। ତାଙ୍କର ରାଜନୈତିକ କାର୍ଯ୍ୟକଳାପ ମୋତେ ଭାରି ଭଲ ଲାଗିଥିଲା। ଠିକ୍‌ ଏତିକି ବେଳେ ବିଜେଡି ସୁପ୍ରିମୋ ମୋତେ ସମର୍ଥନ ମାଗିଥିଲେ। ଯାହାକୁ ସମ୍ମାନ ଜଣାଇ ମୁଁ ବିଜେଡିକୁ ସମର୍ଥନ ଦେଇଥିଲି। ମାତ୍ର ବିଜେଡିରେ ମିଶିନାହିଁ।

କେନ୍ଦୁଝର ଲୋକସଭା ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଜଣେ ଇଞ୍ଜିନିୟର। ସେ ଚାହିଁଥିଲେ ଭଲ ଚାକିରି କରିପାରି ଥାଆନ୍ତେ। ମାତ୍ର ରାଜନୀତି କରିବା ପାଇଁ ତାଙ୍କୁ ମୁଁ ପରାମର୍ଶ ଦେଇଥିଲି। ଏପରିକି ଚନ୍ଦ୍ରାଣୀଙ୍କୁ କେନ୍ଦୁଝର ଲୋକସଭାରୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁପ୍ରିମୋଙ୍କୁ ପରାମର୍ଶ ଦେଇଥିଲି। ଯାହାକୁ ସମ୍ମାନ ଜଣାଇ ବିଜେଡି ସୁପ୍ରିମୋ ତାଙ୍କୁ ପ୍ରାର୍ଥୀ କରିଛନ୍ତି।

ଦେହ ଅସୁସ୍ଥ ଥିବା ଯୋଗୁ ଏଥର ମୁଁ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିପାରିବି ନାହିଁ। ଏ ସମ୍ପର୍କରେ ବିଜେଡି ସୁପ୍ରିମୋଙ୍କୁ ଜଣାଇଦେଇ ଥିଲି। ତେଣୁ ମୋ ପରାମର୍ଶ କ୍ରମେ ବିଜେଡି ଏଠାରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ମୋ ଅନୁରୋଧ ରକ୍ଷା କରି ପ୍ରାର୍ଥୀ କରିଛନ୍ତି। ତେଣୁ ମୁଁ ଚାହେଁ ସେହି ପ୍ରାର୍ଥୀମାନେ ବହୁ ଭୋଟ୍‌ରେ ବିଜୟୀ ହୁଅନ୍ତୁ। ଏଥିପାଇଁ ସବୁ ପ୍ରକାର ଉଦ୍ୟମ କରିବି।ମୁଁ ‘ଜନ ସମୃଦ୍ଧି’ ପାର୍ଟି ଗଠନ କରିଥିଲି। ସମଗ୍ର ଓଡ଼ିଶାରେ ପ୍ରାର୍ଥୀ ଦେବା ପାଇଁ ପାର୍ଟି ନିଷ୍ପତ୍ତି ନେଇଥିଲା। ମାତ୍ର ସ୍ୱାସ୍ଥ୍ୟଗତ କାରଣରୁ ମୁଁ ପାର୍ଟିରୁ ଇସ୍ତଫା ଦେଇଥିଲି। ସେହିପରି ପାର୍ଟିର ସାଧାରଣ ସମ୍ପାଦକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନରହିବାରୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ନଦେବାକୁ ନିଷ୍ପତ୍ତି ନେଇଥିଲେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

ରାଜ୍ୟ କଂଗ୍ରେସରେ ଗତି କୁଆଡେ଼?

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

Leave a Reply

Your email address will not be published.