ଅଡିଓରେ ଘୁରୁଛି ଟିକଟ କଟିଯାଉଥିବା ବିଜେଡ଼ି ବିଧାୟକଙ୍କ ନାଁ
ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସବୁଠୁ ବଡ଼ ସମସ୍ୟା ହେଉଛି ଟିକଟ ଆଶାୟୀଙ୍କ ସଂଖ୍ୟା ଅଧିକ, ଆସନ ସଂଖ୍ୟା ୧୪୭। ଅନେକ ବିଧାୟକ ଦଳ ନେତୃତ୍ୱର ସୁନଜରରେ ନାହାନ୍ତି। ଆଉ ଅନେକ ଆଶାୟୀ ପ୍ରଭାବଶାଳୀ ଗୋଷ୍ଠୀର ଅତ୍ୟନ୍ତ ଘନିଷ୍ଠ। ଠିକ ଏମିତି କଳ୍ପନାଜଳ୍ପନା ଭିତରେ ଏବେ ସାମାଜିକ ଗଣମାଧ୍ୟମରେ ଏକ ଅଡିଓ ଘୁରିବୁଲୁଛି ଗତକାଲିଠାରୁ। ଏହି ଅଡିଓର ସତ୍ୟତା ଯାଞ୍ଚ କରିବା ପାଇଁ କୌଣସି ବ୍ୟବସ୍ଥା ଅଛି ନା ଏହାକୁ ଅସ୍ୱୀକାର ମଧ୍ୟ କରିହେଉଛି।
କାରଣ ଏଥିରେ ଏମିତି ଅନେକ ନାମ ଅଛି ଯେଉଁମାନେ ଡେଞ୍ଜର ଜୋନରେ ଅଛନ୍ତି। ଯେଉଁମାନଙ୍କର ଟିକଟ କଟାଯିବ ବୋଲି ମଧ୍ୟ ଅନେକ ଦିନ ଧରି ଚର୍ଚ୍ଚା ଚାଲିଆସିଛି। ଅଡିଓରେ କେଉଁ ପ୍ରାର୍ଥୀମାନଙ୍କର ନାମ କଟାଯାଇଛି ବୋଲି କୁହାଯାଉଛି ତାଲିକାଟି ଏପରି। ତେବେ ଏ ସମ୍ପର୍କରେ ବିଜୁ ଜନତା ଦଳ ସ୍ପଷ୍ଟୀକରଣ ଦେବା ନିତାନ୍ତ ଜରୁରୀ।
ଜଗତସିଂହପୁର : ରାଜଶ୍ରୀ ମଲ୍ଲିକ
କେନ୍ଦ୍ରାପଡ଼ା : କିଶୋର ଚନ୍ଦ୍ର ତରାଇ, ବେଦପ୍ରକାଶ ଅଗ୍ରୱାଲ
ଯାଜପୁର : ଆକାଶ ଦାସ ନାୟକ
କଟକ : ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ପ୍ରମୋଦ ମଲ୍ଲିକ
ଭଦ୍ରକ : ଯୁଗଳ କିଶୋର ପଟ୍ଟନାୟକ, ମୁକ୍ତିକାନ୍ତ ମଣ୍ଡଳ
ବାଲେଶ୍ୱର : ଅଶ୍ୱିନୀ ପାତ୍ର, ଜୀବନ ପ୍ରଦୀପ ନାୟକ, ପଶୁର୍ରାମ ଧଡ଼ା, ସୁକାନ୍ତ କୁମାର ନାୟକ
ମୟୂରଭଞ୍ଜ : ପ୍ରବୀଣ କୁମାର ଭଞ୍ଜଦେଓ, ସୁଦାମ ମାରାଣ୍ଡି, ଗୋଲକ ବିହାରୀ ନାୟକ
ପୁରୀ : ସୁରେନ୍ଦ୍ର ସେଠୀ
କେଉଁଝର : ଅଭିରାମ ନାୟକ, ହୃଷିକେଶ ନାୟକ, ବେଦବ୍ୟାସ ନାୟକ
ସୁନ୍ଦରଗଡ଼ : ମଙ୍ଗଳା କିଶାନ, ସୁବ୍ରତ ତରାଇ
ବଲାଙ୍ଗୀର : ଯୋଗେନ୍ଦ୍ର ବେହେରା, ଆୟୁବ ଖାଁ, ଟୁକୁନି ସାହୁ
କଳାହାଣ୍ଡି : ଅନାମ ନାୟକ, ଦିବ୍ୟଶଙ୍କର ମିଶ୍ର, ବଳଭଦ୍ର ମାଝୀ
ଅନୁଗୁଳ : ବ୍ରଜକିଶୋର ପ୍ରଧାନ, ରଜନୀକାନ୍ତ ସିଂହ, ସଂଜୀବ ସାହୁ, ସୁଶାନ୍ତ ବେହେରା
ଖୋର୍ଦ୍ଧା : ଭାଗୀରଥି ବଡ଼ଜେନା, ପ୍ରଶାନ୍ତ ଜଗଦ୍ଦେବ, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି
ନୟାଗଡ଼ : ଅନୁଭବ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ରବିନାରାୟଣ ମହାପାତ୍ର
ଗଞ୍ଜାମ : ଦେବରାଜ ମହାନ୍ତି, ଭି. ସୁଜ୍ଞାନୀ କୁମାରୀ ଦେଓ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନନ୍ଦିନୀ ଦେବୀ,
ପୂର୍ଣ୍ଣଚନ୍ଦ୍ର ସେଠୀ, ଶ୍ରୀକାନ୍ତ ସାହୁ
ମାଲକାନାଗିରି : ମାନସ ମାଡ଼କାମୀ
ରାୟଗଡ଼ା : ତ୍ରିନାଥ ଗମାଙ୍ଗ
ନବରଙ୍ଗପୁର : ସୁବାସ ଗଣ୍ଡ, ମନୋହର ରାନ୍ଧାରୀ
କନ୍ଧମାଳ : ରାଜୀବ ପାତ୍ର