୧୧୦ରେ ବିଜେଡି ଆଗୁଆ,୨୩ରେ ବିଜେପି

ଭୁବନେଶ୍ଵର, (ଓଟି): ନବୀନ ପଟ୍ଟନାୟକଙ୍କ ନତେୃତ୍ଵରେ ବିଜେଡି ପୁଣିଥରେ ବାଜିମାତ କରିବାକୁ ଯାଉଛି। ଯଦିଓ ଆସନରେ କିଛିଟା ହ୍ରାସ ପରିଲକ୍ଷିତ ହେବ ବୋଲି ଆଶଙ୍କା ଦେଖାଯାଉଛି କିନ୍ତୁ ଏହି କୌଣସି ପ୍ରଭାବ ଦଳର ଶକ୍ତି ଉପରେ ପକାଇବ ନାହିଁ। ଏଯାଏ ମିଳୁଥିବା ଟ୍ରେଣ୍ଡ ଅନୁସାରେ ରାଜ୍ୟର ୧୪୬ ଆସନ ଭିତରୁ ନବୀନଙ୍କ ଶଙ୍କ ୧୧୦ ଆସନରେ ଅନ୍ୟମାନଙ୍କଠୁ ଆଗରେ ଚାଲିଛି। ବିଜେପି ୧୦ ଆସନରୁ ବଢ଼ି ୨୩ ଆସନରେ ନିଜର ଶକ୍ତିକୁ ପ୍ରଦର୍ଶିତ କରୁଛି। ଆଉ କଂଗ୍ରେସ ୨୦୧୪ ଅପେକ୍ଷା ଅବକ୍ଷୟର ଶିକାର ହୋଇଛି। ଅର୍ଥାତ୍‌ ମାତ୍ର ୧୦ ଆସନରେ କଂଗ୍ରେସକୁ ଦେଖିବାକୁ ମିଳୁଛି।

ପୂର୍ବଥର ରାଜ୍ୟ ବିଧାନସଭାରେ ବିଜେଡି ୧୧୬ ଆସନ ଲାଭ କରିଥିଲା। ଅନ୍ୟ ୨ ସ୍ଵାଧୀନ ବିଧାୟକ ବିଜେଡିକୁ ସମର୍ଥନ କରିବାକୁ ଦଳର ବିଧାନସଭାରେ ସ୍ଥିତି ୧୧୮ ଥିଲା। ଏଠାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଥିଲେ ବି ସେମାନଙ୍କ ପ୍ରଭାବ ନଗଣ୍ୟ ହୋଇ ରହିଥିଲା। ଏବେ ସେଇ ଆସନ ବିଜେପି ନେବାକୁ ଯାଉଛି। କିନ୍ତୁ ପ୍ରଭାବ ସେହିଭଳି ନଗଣ୍ୟ ରହିବ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published.