ସାରା ରାଜ୍ୟରେ ବିଜୁ ଗୁଣ୍ଡା ବାହିନୀର ଆତଙ୍କରାଜ

ଚଳିତ ନିର୍ବାଚନ ରାଜନୈତିକ ହିଂସାକାଣ୍ଡ ଯୋଗୁଁ ସାରା ରାଜ୍ୟ ଏବେ ଅଶାନ୍ତ ହୋଇପଡ଼ି। ଶାସକ ଦଳର କର୍ମୀଙ୍କ ଗୁଣ୍ଡାରାଜ ଯୋଗୁଁ ବିଜେପି କର୍ମୀ ମୃତ୍ୟୁବରଣ କରିଥିବା ରାଜ୍ୟବାସୀ ଦେଖିବାକୁ ପାଇଥିବାବେଳେ ପ୍ରାର୍ଥୀମାନେ ବି ଏଥିରୁ ବର୍ତ୍ତିନାହଁନ୍ତି। ସ୍ଥିତି ଏପରି ହୋଇଛି ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଆକ୍ରମଣ ବେଳେ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଟାନ ଶୂନ୍ୟ । ପୋଲିସ ନୀରବଦ୍ରଷ୍ଟା ସାଜିଛି । କିଛି ମୁଷ୍ଟିମେୟ ଅଫିସରଙ୍କ ସୁରକ୍ଷାରେ ରହିଛନ୍ତି ଶାସକ ବିଜେଡିର ଏହି ଗୁଣ୍ଡାବାହିନୀ । ନିର୍ବାଚନ ଅଧିକାରୀ ଏପରି ସ୍ଥଳରେ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ଶାନ୍ତିପ୍ରିୟ ଓଡିଶାକୁ ଅଶାନ୍ତ କରାଯାଉଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଗଞ୍ଜାମ, ବିଜେପୁର, କେନ୍ଦ୍ରାପଡା ସବୁଠି ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ହେଉଛି। ଭୁବନେଶ୍ୱରରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଅପରାଜିତା ମହାନ୍ତିଙ୍କ ପ୍ରଚାର ବେଳେ ଆକ୍ରମଣ ହେଉ ଅବା ମଧ୍ୟ ନିର୍ବାଚନ ମଣ଼୍ଡଳୀର ଜଗନ୍ନାଥ ପ୍ରଧାନଙ୍କ ଅଫିସ ଉପରେ ଆକ୍ରମଣ ଏହି ସବୁ ଘଟଣାରେ ଅଭିଯୋଗ ହେଲେ ମଧ୍ୟ ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ । ଏନେଇ ସିଇଓଙ୍କୁ ସବୁ ସମୟରେ ଅବଗତ କରାଯାଇଥିଲେ ମଧ୍ୟ ରାଜ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିବା ଦୁଖ ଓ ପରିତାପର ବିଷୟ ।

ବିଜେଡି ହାତରୁ ଶାସନ କ୍ଷମତା ଚାଲିଯାଉଥିବା ବେଳେ କଳେବଳେ କୌଶଳେ କ୍ଷମତାକୁ ମାଡି ବସିବା ପାଇଁ ବିଜେଡି ଚେଷ୍ଟା କରି ଏଭଳି ଆତଙ୍କରାଜ ଚଳାଉଛି । ଏଥର ଲୋକେ ବୁଲେଟର ଜବାବ ବାଲାଟରେ ଦେବେ ବୋଲି ଶ୍ରୀ ମହାପାତ୍ର କହିବା ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ନିର୍ବାଚନ ସମୟରେ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିବା ବେଳେ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପିର ସନଥ ଗଡତିଆଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ସେହିପରି ଗଞ୍ଜାମରେ ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏପରି ଘଟଣା ଘଟିଥିବା ଅଭିଯୋଗ କରିଛି ବିଜେପି ।

Leave a Reply

Your email address will not be published.