ଟିକଟ ଆଶାୟୀଙ୍କ ବିଦ୍ରୋହ ଆଣିପାରେ ବିଜେଡିକୁ ବଡ଼ ବିପଦ

ରାଜ୍ୟର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ବଡ଼ ଝଟ କା ଖାଇଥିଲା। ବିଧାୟକ ଏବଂ ସାଂସଦ ବିଦ୍ରୋହ ଘୋଷଣା କରି ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିବା ବିଜେପିକୁ ଚାଲିଯାଇଥିଲେ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବରଦାସ୍ତ ବାହାରକୁ ଚାଲିଯାଇଥିଲା। ତେଣୁ ବିଜେଡିର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସକାଶେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ବିଳମ୍ୱ ହୋଇଥିଲା।

ବଡ଼ ରିସ୍କ ନେବାକୁ ଆଉ ସାହସ କରିନଥିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ଯେଉଁଠି ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି, ସେହିସବୁ ସ୍ଥାନରେ ବିଜେଡି କିଛି ବିଧାୟକଙ୍କ ଟିକଟ କାଟି ଦେଇଛି। ହେଲେ ଯେଉଁମାନଙ୍କୁ ଟିକଟ ମିଳିବ ନାହିଁ ବୋଲି ବରାବର ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା, ସେମାନଙ୍କୁ ଟିକଟରୁ ବଞ୍ଚିତ କରିବା ପାଇଁ ଆଉ ନବୀନ ପଟ୍ଟନାୟକ ସାହସ ଜୁଟାଇ ପାରି ନଥିଲେ। ଏହାସତ୍ତ୍ୱେ ଅସନ୍ତୋଷ ବାରମ୍ୱାର ତାଙ୍କରି ଘର ସାମ୍ନାରେ ପ୍ରତିଫଳିତ ହେଉଥିଲା।

ଆଗାମୀ ଦିନରେ ଆଶାୟୀଙ୍କ ଅସନ୍ତୋଷ କି ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ, ତାହା ମଧ୍ୟ ନବୀନ ନିବାସ ସାମ୍ନାରୁ ଜଣାପଡ଼ି ଯାଉଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ନବୀନଙ୍କୁ ଅଡ଼ୁଆ ଭିତରକୁ ପେଲି ଦେଇଥିଲା। ତେଣୁ ଅସନ୍ତୋଷ ଚପାଇବା ପାଇଁ ପରବର୍ତ୍ତୀ ସମୟରେ ସେ ରାଜ୍ୟସଭା କାର୍ଡ଼ ଖେଳିବାକୁ ଆରମ୍ଭ କରିଥିଲେ।

ରାଜ୍ୟସଭାରେ ଓଡ଼ିଶାର କୋଟା ସଦସ୍ୟ ସଂଖ୍ୟା ଯେତିକି ନୁହେଁ, ତା’ଠୁ ଅଧିକ ନେତାଙ୍କୁ ରାଜ୍ୟସଭା ଲୋଭ ଦେଖାଇଥିଲେ ନବୀନ। ଏ ତାଲିକା ଖୁବ ଲମ୍ୱା। କିନ୍ତୁ ଅସନ୍ତୋଷର ବିଭିନ୍ନ ରୂପ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା। ବାମ୍ୱାର। ଭାରତୀୟ ଜନତା ପାର୍ଟିରୁ ନେତା ନେଇଆସି ବିଜେଡି ନେତୃତ୍ୱ ଯେଉଁ ଆନନ୍ଦ ଅନୁଭବ କରୁଥିଲେ, ତା’ଠୁ ଅଧିକ ମାନସିକ କଷ୍ଟ ଦେଲାଣି ଟିକଟ ଆଶାୟୀଙ୍କ ବିଦ୍ରୋହ। ପୂର୍ବ ଅସନ୍ତୋଷରୁ ମୁକୁଳିଲା ବେଳକୁ ଏବେ ବିଜେଡିକୁ ନୂଆ ନୂଆ ଝଟକା ମିଳୁଛି।

୫୦ରୁ ୬୦ ଜଣ ବିଧାୟକଙ୍କ ଟିକଟ କଟିବ ବୋଲି ପ୍ରଚାର ଚାଲିଥିଲା। ଦଳକୁ ଯେଉଁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏବେ ନିୟନ୍ତ୍ରଣକୁ ନେଇଛନ୍ତି, ସେମାନେ ବିଭିନ୍ନ ସ୍ଥାନରେ ଆଶାୟୀ ସୃଷ୍ଟି କରିସାରିଥିଲେ। ଏଥର ବଡ଼ଧରଣର ଟଙ୍କା କାରବାର ହୋଇଥିବା ମଧ୍ୟ ଅଭିଯୋଗ ଉଠିଲାଣି। ବିଧାୟକଙ୍କ ଟିକଟ କଟିଲେ ଆଶାୟୀ ପାଇବେ। ଏହି ଭରସାରେ ଥିଲେ। କାରଣ ତୃତୀୟ ମହଲାର ନିକଟତମ ବିଧାୟକଙ୍କ ଠାରୁ ବିଭିନ୍ନ ସମୟରେ ସେମାନେ ପ୍ରତିଶ୍ରୁତି ପାଇଥିଲେ। ଠିକ ସେମିତି ଅନେକ ଜିଲାରେ ପ୍ରଭାବଶାଳୀ ବିଧାୟକମାନେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ସୃଷ୍ଟି କରିସାରିଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜେପିରେ ମୋହନ-ଅର୍ଜୁନ

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published.