ସିଏଏ ପରେ ଏନ୍ପିଆର୍କୁ ସମର୍ଥନ ଦେଲା ବିଜେଡି
ଭୁବନେଶ୍ଵର, (ଓଟି): ଜାତୀୟ ନାଗରିକତ୍ଵ ପଞ୍ଜିକରଣ(ଏନ୍ଆର୍ସି) କୁ ବିରୋଧ କରୁଥିବା ବିଜୁ ଜନତା ଦଳ ଜାତୀୟ ଜନଗଣ ପଞ୍ଜିକା ( ଏନପିଆର୍)କୁ ସମର୍ଥନ ଘୋଷଣା କରିଛି। ଏହା ପୂର୍ବରୁ ମୋଦି ସରକାରଙ୍କ ଦ୍ଵାରା ସଂସଦରେ ଉପସ୍ଥାପିତ ହୋଇଥିବା ବହୁ ଚର୍ଚିତ ନାଗରିକତ୍ଵ ସଂଶୋଧନ ବିଲ୍ ( ସିଏବି)କୁ ବିଜେଡି ସମର୍ଥନ ଜଣାଇଥିଲା। କିନ୍ତୁ ପୂର୍ବରୁ ଏନ୍ଆର୍ସି ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିଜେଡି କିନ୍ତୁ ଏବେ ଏନ୍ଆର୍ସି କୁ ବିରୋଧ କରୁଛି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସାଂସଦ ପ୍ରତାପ ଦେବ କହିଛନ୍ତି, ‘ଏନପିଆର ଦେଶ ପାଇଁ କୌଣସି ନୂଆ କଥା ନୁହେଁ। ୨୦୧୦ ମସିହାରେ ଦେଶରେ ଏନ୍ପିଆର୍ ଆରମ୍ଭ କରାଯାଇଥିଲା। ଜନଗଣଙ୍କ ସାମାଜିକ, ଆର୍ଥିକ ସ୍ଥିତିକୁ ଆକଳନ କରିବା ପରଇଁ ଏହାର ଆବଶ୍ୟକତା ରହିଛି। ଏହା ଏକ ଧାରାବାହିକ ପ୍ରକ୍ରିୟା। ଏଣୁ ଏନ୍ପିଆର୍କୁ ଏନ୍ଆର୍ସି ସହ ତୁଳନା କରା ନଯାଉ। ଏ ଦୁଇଟି ପରସ୍ପରଠାରୁ ଭିନ୍ନ’।
ଏହାର ବିରୋଧରେ ରାଜନୀତିକ ଗନ୍ଧ ବାରିଛି ବିଜେଡି। ଶ୍ଲିରୀ ଦେବ କହିଛନ୍ତି କେବଳ ରାଜନୈତିକ ଫାଇଦା ପାଇଁ କିଛଇ ଦଳ ଏବଂ ବ୍ୟକ୍ତି ଲହାର ବିରୋଧ କରୁଛନ୍ତି । ଆଇନକୁ ନେଇ ଯେଉଁ ପରିବର୍ତ୍ତନ ହୋଇଥିବାର ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ।