ହେଲିକପ୍ଟର ରାଜନୀତି: ନିର୍ବାଚନ କମିଶନଙ୍କ ଠାରେ ବିଜେଡିର ଫେରାଦ, ଜବାବ ଦେଲେ ଜୟ

ପୂର୍ବତନ ସାଂସଦ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ବ୍ୟବହାରକୁ ନେଇ ପୁଣି ଆପତ୍ତି ଉଠାଇଛି ବିଜେଡି । ଏଥର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଛି । କହିଛନ୍ତି ବୈଜୟନ୍ତ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଆଦର୍ଶ ଆଚଣବିଧିର ଉଲ୍ଲଙ୍ଘନ କରିଛନ୍ତି । ବ୍ୟବସାୟିକ ଭଡ଼ା ଅନୁମତି ନଥାଇ ସେ ଏକ ଖଣି କମ୍ପାନୀର ହେଲିକପ୍ଟରରେ ଉଡ଼ୁଛନ୍ତି ।


ବିଜେଡିର ଏହି ଅଭିଯୋଗ ମିଡିଆରେ ପ୍ରଚାର ହେବା ପରେ ବୈଜୟନ୍ତ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,

“ଘରୋଇ ହେଲିକପ୍ଟର ବ୍ୟବହାର କରି ତାଙ୍କର ନିର୍ବାଚନ ପ୍ରଚାର କିଛି ନୂଆ କଥା ନୁହେଁ । ସେ ପୂର୍ବରୁ ଅନେକ ନିର୍ବାଚନରେ ଏମିତି କରନ୍ତି । ଏହାଛଡ଼ା ସେ ସେ ନିର୍ବଚେନ ପ୍ରଚାର ବ୍ୟକ୍ତିଗତ ଗାଡ଼ିରେ ହିଁ ଚଳାଇଥାଆନ୍ତି କେବେ ଭଡ଼ା ନିଅନ୍ତି ନାହିଁ ।ଏ ବାବଦରେ ଖର୍ଚ ତଥ୍ୟ ସେ କମିଶନଙ୍କ ନିକଟରେ ଦାଖଲ କରିବେ । ଏଥିରେ କୌଣସି ଆଚରଣ ବିଧି ଉଲ୍ଲଙ୍ଘନ ହୋଇନି । ଏପରି ଅଭିଯୋଗ କରି ବିଜେଡି ନିଜକୁ ନୀଚ୍ଚ କରିଛି ।”

ନିର୍ବାଚନ କମିଶନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ଦର୍ଶାଇଛି, ବୈଜୟନ୍ତ ନିର୍ବାଚନ ପ୍ରଚାର ପାଇଁ ଯେଉଁ ହେଲିକପ୍ଟର ବ୍ୟବହାର କରୁଛନ୍ତି ତାହାର ମାଲିକ ହେଉଛନ୍ତି ଇମ୍ଫା ଖଣି କମ୍ପାନୀ । ଇମ୍ଫା କମ୍ପାନୀର ଏହି ହେଲିକପ୍ଟରର କମର୍ସିଆଲ୍ ଚାର୍ଟର ନାହିଁ । ଅର୍ଥାତ୍ ତାହା ବ୍ୟବସାୟିକ ଭଡ଼ାରେ ବ୍ୟବହୃତ ହୋଇପାରିବ ନାହିଁ । ବ୍ୟବସାୟିକ ଭଡ଼ା ପାଇଁ ଅନୁମତି ଥିବା ହେଲିକପ୍ଟରକୁ ହିଁ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବେ । ଏଥିସହ ହେଲିକପ୍ଟରର ରକ୍ଷଣାବେକ୍ଷଣ ଓ ଉଡ଼ାଣ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚରେ ସାମିଲ ହେବା ବି ନିହାତି ଜରୁରୀ । ତେବେ ବ୍ୟବସାୟିକ ଭଡ଼ା ପାଇଁ ଅନୁମତି ନ ଥିବା ଖଣି କମ୍ପାନୀ ହେଲିକପ୍ଟରକୁ ବୈଜୟନ୍ତ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ବେଆଇନ । ନିର୍ବାଚନ ଗାଇଡ଼ଲାଇନର ଏହା ଖୋଲା ଉଲ୍ଲଂଘନ କରୁଛି । ଏହା ଉପରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡ଼ି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ମୁଖପାତ୍ର ସୁଲତା ଦେଓ, ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *