ସୋସିଆଲ ମିଡ଼ିଆ ବିଜ୍ଞାପନ ଖର୍ଚ୍ଚରେ ବିଜେଡ଼ି ଆଗୁଆ

ଦେଶରେ ଯେତିକି ଆଞ୍ଚଳିକ ଦଳ ଅଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସୋସିଆଲ୍ନେଟ୍ଓ୍ଵାର୍କିଂ ସାଇଟରେ ରାଜନୈତିକ ବିଜ୍ଞାପନ ଲାଗି ସର୍ବାଧିକ ଖର୍ଚ୍ଚ କରିଥିବା ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି। ଫେସବୁକ୍ଆଡ୍ଆର୍କାଇଭ୍ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। ସୋସିଆଲ୍ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ ବ୍ୟାପାରରେ ବିଜେଡି ପଛକୁ ନ୍ୟାସାଲିଷ୍ଟ କଂଗ୍ରେସ ପାର୍ଟି, ତେଲୁଗୁ ଦେଶମ୍ପାର୍ଟି ଓ ଓ୍ଵାଇଏସ୍ଆର୍କଂଗ୍ରେସ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦେଶର ସର୍ବଭାରତୀୟ ରାଜନୈତିକ ଦଳମାନେ ଗତ ମାସରେ ଫେସବୁକରେ ବିଜ୍ଞାପନ ଲାଗି ୪ କୋଟିରୁ ଅଧିକ ଟଙ୍କା ବ୍ୟୟ କରି ଛନ୍ତି। କେନ୍ଦ୍ରରେ ଶାସନରେ ଥିବା ବିଜେପି ଏ ବାବଦରେ ୨ କୋଟିରୁ ଅଧିକ ଖର୍ଚ୍ଚ କରିଛି।

ଅନ୍ୟପକ୍ଷରେ ଆଞ୍ଚଳିକ ଦଳଗୁଡ଼ିକ ବିଜ୍ଞାପନ ଲାଗି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଦେଇଛି ଫେସବୁକ। କଂଗ୍ରେସ ଦଳ ଫେସବୁକରେ ବିଜ୍ଞାପନ ଲାଗି ମାତ୍ର ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published.