ଓଡ଼ିଶାରେ ବିଜେପିକୁ ନିରାଶା ସଙ୍କେତ, ପୁଣି ନବୀନ ଢେଉ ସମ୍ଭାବନା
ଭୁବନେଶ୍ଵର, (ଓଟି): ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିବା ଓଡ଼ିଶାରେ ବିଜେପିକୁ ନିରାଶା ଦେଖିବାକୁ ମିଳିଛି। ପ୍ରଥମ ୨ ଘଣ୍ଟା ଭିତରେ ଯେଉଁ ଟ୍ରେଣ୍ଡ ଆସୁଛି ସେଥିରେ ବିଜେପିକୁ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭଲ ଫଳ ମିଳୁ ନାହିଁଁ।
ବିଜେପିକୁ ୩୪ ପ୍ରତିଶତ ଭୋଟ୍ ବିଧାନସଭା ଆସନରେ ବିଳୁଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି। ଏହିକ୍ରମରେ ବିଜେଡିର ଭୋଟ୍ ପ୍ରତିଶତ ରହିଛି ୪୨.୯ ପ୍ରତିଶତ। ମାତ୍ର ୧୪୬ଟି ଆସନ ଭିତାୁ ଯେଉଁ ୪୭ଟିରେ ଫଳାଫଳ ସାମ୍ନାକୁ ଆସୁଛି ସେଥିରୁ ୪୫ଟି ବିଜେଡି ଆଗୁଆ ରହିଥିବା ବେଳେ ବିଜେପିକୁ ମାତ୍ର ୧୧ଟିରେ ଶୁଭ ସୂଚନା ମିଳୁଛି। କଂଗ୍ରେସ ମାତ୍ର ୧ଟି ଆସନରେ ଆଗକୁ ବଢ଼ୁଛି।
ଠିକ୍ ସେହିପରି ସଂସଦୀୟ ନିର୍ବାଚନ ମଣ୍ଡଳୀର ୨୧ଟି ଆସନ ଭିତରୁ ଯେଉଁ ୧୭ଟିର ଫଳାଫଳ ସାମ୍ନାକୁ ଆସୁଛି ସେଥିରୁ ୧୨ଟି ବିଜେଡି ଆଗକୁ ବଢ଼ୁଥିବାବେଳେ ବିଜେପି ୫ଟି ଆଗୁଆ ରହିଛି।
ଏହି ଧାରା ଜାରି ରହିଲେ ବିଜେପିର ଓଡ଼ିଶାରେ ଆଶା ଧୂଳିସାତ୍ ହେବାର ଆଶଙ୍କା ବି ଉପୁଜୁଛି।