‘ବିବି ନମ୍ବର ୱାନ୍’ର ୨୦ ବର୍ଷ ପୂର୍ତ୍ତି, କରିସ୍ମାଙ୍କ ପକ୍ଷରୁ ଉପହାର

ଡେଭିଡ୍ ଧୱନ୍ଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର୍ ଫିଲ୍ମ ‘ବିବି ନମ୍ବର ୱାନ୍’କୁ ୨୦ ବର୍ଷ ପୁରିଛି । ଏହି ଖୁସିକୁ କରିସ୍ମା ତାଙ୍କ ପ୍ରଶଂସକଙ୍କ ସହିତ ସେୟାର୍ କରିଛନ୍ତି । ସିନେପ୍ରେମୀଙ୍କ ପାଇଁ ଉପହାର ଭାବେ ଫିଲ୍ମର କିଛି ଥ୍ରୋ-ବ୍ୟାକ୍ ଫଟୋକୁ କରିସ୍ମା ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଇନଷ୍ଟାଗ୍ରାମରେ ସେୟାର୍ ହୋଇଥିବା ପ୍ରଥମ ଫଟୋଟି ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଏବଂ ସେଥିରେ ସଲମାନ୍ ଓ କରିସ୍ମା ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । କରିସ୍ମାଙ୍କ ଏହି ଫଟୋ ଦେଖିବା ପରେ ସିନେପ୍ରେମୀଙ୍କ ମନରେ ଫିଲ୍ମର ସୁପର୍ହିଟ୍ ଗୀତ ‘ହାଏ ହାଏ ମିରଚି…’ର କିଛି ଝଲକ ଆସିଯାଇଛି । ଦ୍ୱିତୀୟ ଫଟୋରେ ଫିଲ୍ମର ପୋଷ୍ଟର୍ ରହିଛି ଯେଉଁଥିରେ ଡେଭିଡ୍ ଧୱନ୍ ଓ ସଲମାନଙ୍କୁ ଟ୍ୟାଗ୍ କରାଯାଇଛି । କରିସ୍ମାଙ୍କ ବ୍ୟତୀତ ଫିଲ୍ମର ଅନ୍ୟ ଅଭିନେତ୍ରୀ ସୁସ୍ମିତା ସେନ୍ ମଧ୍ୟ ଫିଲ୍ମର ପୋଷ୍ଟରକୁ ସେୟାର୍ କରିବା ସହିତ ପୁଣିଥରେ ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି । ୧୯୯୯ ମସିହା ମେ’ ମାସ ୨୮ ତାରିଖରେ ଫିଲ୍ମ ରିଲିଜ୍ ହୋଇଥିଲା । ସେଥିରେ ସଲମାନ୍, କରିସ୍ମା ଓ ସୁସ୍ମିତା ସେନଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରୀ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଥିଲା ।

Leave a Reply

Your email address will not be published. Required fields are marked *