‘ବଦଲା’ ପରେ ‘ବାର୍ଡ଼ ଅଫ୍ ବ୍ଲଡ୍’

କିଙ୍ଗଖାନ୍ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ବିଗ୍ ବି ଓ ତାପସୀଙ୍କ ଅଭିନୀତ ‘ବଦଲା’ର ଅପାର ସଫଳତାରେ ଖୁସି ହୋଇ ଶାହରୁଖ୍ ଆଉ ଏକ ନୂଆ ପ୍ରୋଜେକ୍ଟର ପ୍ରଯୋଜନା ଦାୟିତ୍ୱ ହାତକୁ ନେଇଛନ୍ତି । ଖବର ମିଳିଛି ଆଗାମୀ ଦିନରେ ଶାହରୁଖ୍ଙ୍କ ପ୍ରଡକସନ୍ କମ୍ପାନୀ ‘ବାର୍ଡ଼ ଅଫ୍ ବ୍ଲଡ୍’ ନାମରେ ଏକ ୱେବ୍ ସିରିଜ୍ ନେଇ ଆସୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଶାହରୁଖ୍ ଅଭିନୟ ମଧ୍ୟ କରିବେ । ଏହି ୱେବସିରିଜର କାହାଣୀ ଶାହରୁଖଙ୍କୁ ଖୁବ୍ ପସନ୍ଦ ହୋଇଥିବାରୁ, ତାହାକୁ ନିଜସ୍ୱ ବ୍ୟାନର୍ ପକ୍ଷରୁ ପ୍ରଯୋଜିତ କରିବାକୁ ସେ ଆଗ୍ରହ ଦେଖାଇଛନ୍ତି । ଏଥିରେ ଇମରାନ୍ ହାସମୀ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଡନ୍୩’କୁ ନେଇ ଅନେକ ଖବର ଶୁଣିବାକୁ ମିଳୁଥିଲେ ମଧ୍ୟ କୌଣସି ଔପଚାରିକ ଘୋଷଣା ହୋଇନାହିଁ ।

Leave a Reply

Your email address will not be published. Required fields are marked *