ପ୍ରଥମ ସିଡିଏସ୍ ଭାବେ ଦାୟିତ୍ଵ ନେଲେ ବିପିନ୍ ରାୱତ
ନୂଆଦିଲ୍ଲୀ, (ଓଟି): ପୂର୍ବତନ ସ୍ଥଳସେନା ମୁଖ୍ୟ ତଥା ଜେନେରାଲ୍ ବିପିନ୍ ରାୱତ୍ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଉଥବ୍ଲକ କାର୍ଯ୍ୟାଳୟଠାରେ ତିନିସେନା ପକ୍ଷରୁ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଛି। ପରିବର୍ତ୍ତିତ ଯୁଦ୍ଧ ପରିଭାଷାରେ ତିନି ସେନାକୁ ଏକାଠି କରି ପ୍ରତିଟି ମିଶନ୍ରେ ଐକତ୍ଵ ଏବଂ ସଂହତି ପ୍ରତିଷ୍ଠା ସକାଶେ ଏହି ପଦବୀ ସୃଷ୍ଟି କରାଯାଇଛି। ସେ ସାମରିକ ରଣନୀତି ବାବଦରେ ରକ୍ଷାମନ୍ତ୍ରୀଙ୍କୁ ଆବଶ୍ୟକ ପରାମର୍ଶ ଦେବାରେ ସେ ଏକକ ଅନୁଷ୍ଠାନ ଭାବେ କାର୍ଯ୍ୟକରିବେ।
ଦାୟିତ୍ଵଗ୍ରହଣ ପୂର୍ବରୁ ସେ ଇଣ୍ଡିଆ ଗେଟ୍ ଠାରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଭାରତୀୟ ଅମର ଜୱାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।
ଡିସେମ୍ବର ୩୧ ତାରିଖରେ ସେ ସ୍ଥଳ ସେନାଧ୍ୟକ୍ଷ ଭାବେ ୩ ବର୍ଷର ଦାୟିତ୍ଵ ସମ୍ପନ୍ନ କରିଥିଲେ।