ନିର୍ବାଚନ ଅଡ଼ୁଆ, ରିଲିଜ୍ ହେବନି ୨ଟି ବାୟୋପିକ୍

ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଜୀବନ ସଂଘର୍ଷର କାହାଣୀ ବର୍ଣ୍ଣନା କରୁଥିବା ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ହେଲେ ଏହା ନିର୍ବାଚନ ଆଚାର ସଂହିତାର ଉଲ୍ଲଘଂନ ହେବ ବୋଲି ବିରୋଧି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏବେ ମିଡିଆ ରିପୋର୍ଟ ଅନୁଯାୟୀ ଏକ ଖବର ଆସିଛି ଯେ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ପରେ ହିଁ ଏହି ବାୟୋପିକ୍ ରିଲିଜ୍ କରାଯିବ । ଏଭଳି ଏକ ନିଷ୍ପତ୍ତି ଅଗଣିତ ପ୍ରଶଂସକକୁ ବ୍ୟଥିତ କରିଛି ।

କେବଳ ମୋଦିଙ୍କ ବାୟୋପିକ୍ ନୁହେଁ, ନିର୍ବାଚନକୁ ଦୃଷ୍ଟିରେ ରଖି ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ବାୟୋପିକ୍ ‘ଦ ତାଶକେଣ୍ଟ୍ ଫାଇଲସ’କୁ ମଧ୍ୟ ରିଲିଜ୍ ନକରିବା ପାଇଁ ଅଭିଯୋଗ ହେଉଛି । ଏହି ଅଭିଯୋଗକାରୀ ହେଉଛନ୍ତି ଶାସ୍ତ୍ରୀଜୀଙ୍କ ଦୁଇଜଣ ନାତି ବିଭାକର ଶାସ୍ତ୍ରୀ ଓ ଦିବାକର ଶାସ୍ତ୍ରୀ । ଶାସ୍ତ୍ରୀଜୀଙ୍କ ମୃତ୍ୟୁ ରହସ୍ୟ ଉପରେ ଆଧାରିତ ଏହି ବାୟୋପିକକୁ ରିଲିଜ୍ ନ କରିବା ପାଇଁ ଏକ ଲିଗାଲ୍ ନୋଟିସ୍ ଫିଲ୍ମ ନିର୍ମାତା ଓ ‘ସିବିଏଫସି’ଙ୍କୁ ପଠାଯାଇଛି । ଅଭିଯୋଗକର୍ତ୍ତା ଏହାର କାରଣ ସମ୍ପର୍କରେ କହିଛନ୍ତି ଯେ ନିର୍ବାଚନ ସମୟରେ ଏଭଳି ଏକ ଫିଲ୍ମର ରିଲିଜ୍ ଭୋଟରଙ୍କ ଉପରେ ପ୍ରଭାବ ପକାଇବ । ଫିଲ୍ମରେ କୌଣସି ଆପତ୍ତିଜନକ ଦୃଶ୍ୟ ଥାଇପାରେ । ତେଣୁ ରିଲିଜ୍ ପୂର୍ବରୁ ଫିଲ୍ମର ଏକ କପି ଶାସ୍ତ୍ରୀଙ୍କ ପରିବାରକୁ ପଠାଯାଉ । ସେମାନେ ଦେଖିବା ପରେ ଯଦି ସେଭଳି କୌଣସି ଦୃଶ୍ୟ ନଥାଏ, ତେବେ ଫିଲ୍ମ ରିଲିଜ୍ ହେବାରେ କୌଣସି ସମସ୍ୟା ନାହିଁ । ତେବେ ଏହାକୁ ନେଇ ସିନେପ୍ରେମୀ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published.