ନୂଆ ସିଆଇସି ବିମଳ ଜୁଲ୍କା
ନୂଆଦିଲ୍ଲୀ(ଓଟି): ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ବିମଳ ଜୁଲ୍କା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀ ଜୁଲ୍କା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ୧୯୭୯ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଶ୍ରୀ ଜୁଲ୍କାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ସୂଚନା ଆୟୋଗରେ ସିଆଇସି ପଦରେ ଶପଥ ଗ୍ରହଣ କରାଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୧୧ରେ ସୁଧୀର ଭାର୍ଗବ ଅବସର ନେବା ପରେ ସୂଚନା ଆୟୋଗର ମୁଖ୍ୟ ପଦ ଖାଲି ପଡ଼ିଥିଲା। ସୂଚନା ଆୟୋଗରେ ମୁଖ୍ୟ ସୂଚନା କମିଶନର ସମେତ ୧୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସମ୍ପ୍ରତି ୬ଜଣ ସୂଚନା କମିଶନର ରହିଥିବା ଜଣାପଡ଼ିଛି।