ଜଳନ୍ତା ବାଇକ୍‌ରେ ୪ କିଲୋମିଟର ଚାଲିଲେ ପରିବାର

ସିନେମା ପରି ଲାଗିପାରେ। କିନ୍ତୁ ଏ ଘଟଣା ଏକ ବାସ୍ତବ କାହାଣୀକୁ ବୟାନ କରୁଛି। ଏ ନେଇ ପୁଲିସରେ ମାମଲା ମଧ୍ୟ ହୋଇଛି। କଥା ଏମିତି ଯେ, ପୁଲିସ ସହାୟତାରେ ହିଁ ଏହି ପରିବାର ନିରାପଦ ଭାବେ ଅଟକି ପାରିଛନ୍ତି। ଆଉ ଏବେ ସୁରକ୍ଷିତ ରହିଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶର ରାଜରାସ୍ତାରେ ଏମିତି ଏକ ବାଇକ୍‌କୁ ପୁଲିସର ଏକ ପ୍ୟାଟ୍ରୋଳିଂ ଭ୍ୟାନ୍‌ ଦେଖିଥିଲା। ଏହି ବାଇକ୍‌ରେ ତିନିଜଣ ବସିଥିଲେ। ବାପା ଚଳାଉଥିଲେ ଆଉ ମା’ ଏବଂ ଛୁଆ ତାଙ୍କ ଉପରେ ସବୁଦିନ ପରି ଭରସା କରି ଗନ୍ତବ୍ୟସ୍ଥଳକୁ ଫେରୁଥିଲେ। କିନ୍ତୁ କିଛି ବାଟ ପରେ ତାଙ୍କ ଗାଡ଼ିରେ ନିଆଁ ଲାଗିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ସେହି ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଥିଲା। ହେଲେ ନାଁ ଗାଡ଼ିର ଡ୍ରାଇଭର କି ବସିଥିବା ବ୍ୟକ୍ତି କେହି ଏହାକୁ ଜାଣିପାରିଲେ ନାହିଁ। ଏହି ସମୟରେ ପୁଲିସ ପ୍ୟାଟ୍ରଲିଂ ଭ୍ୟାନର ସେ ନଜର ଆସିଥିଲେ।

ପୁଲିସ ତାଙ୍କୁ ଅଟକାଇ ଏକ ଦୁର୍ଘଟଣାକୁ ରୋକିବାକୁ ଚାହିଁଥିଲା। ବାଇକ୍‌ ପଛରେ ୪ କିଲୋମିଟର ଧାଇଁବା ପରେ ବାଇକ୍‌ ଡ୍ରାଇଭରଙ୍କ ନଜର ପଡ଼ିଥିଲା। ଆଉ ସେ ଅଟକି ଦେଖିଲେ ତ ତାଙ୍କ ଗାଡ଼ି ଜଳୁଛି। ହାଇଓ୍ବେ କଡ଼ରେ ପାର୍କୀିଂ କରି ଆଗ ପରିବାରକୁ ସୁରକ୍ଷିତ ଭାବେ ଓହ୍ଲାଇଦେଇଥିେଲ। ଫଳରେ ପୂରା ପରିବାର ସୁରକ୍ଷିତ ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published.