ବିଜୟ ନାୟକ ହେଲେ ବିଜେଡି ସାଧାରଣ ସମ୍ପାଦକ

ବିଜେଡିର ସମ୍ପାଦକ ପଦରେ ଥିବା ବିଜୟ ନାୟକଙ୍କ ଉପରେ ଦଳୀୟ ସୁପ୍ରିମୋଙ୍କ ଭରସା ଦିନକୁ ଦିନ ବଢ଼ି ଚାଲିଛି। ଏହିକ୍ରମରେ ତାଙ୍କୁ ଆଜି ପଦୋନ୍ନତି ମିଳିଛି। ଏଣିକି ସେ ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବେ। ଯୁବଗୋଷ୍ଠୀକୁ ପ୍ରତିଫଳିତ କରୁଥିବା ବିଜୟଙ୍କ ପାଇଁ ଏହା ଏକ ଅଭୂତ ସଫଳତା ବୋଲି ଗ୍ରହଣ କରିବାକୁ ହେବ।

ବିଜୁ ଜନତା ଦଳ ପକ୍ଷରୁ ଜାରି ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ, ଶ୍ରୀ ନାୟକଙ୍କୁ ତତ୍‌କ୍ଷଣାତ୍‌ ରାଜ୍ୟ ସାଧାରଣ ସମ୍ପାଦକ ପଦରେ ଅବସ୍ଥାପିତ କରାଯାଇଛି। ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଏହା ଜାରି କରାଯାଇଥିବା ସେଥିରେ ସୂଚନା ଦିଆଯାଇଛି।

Leave a Reply

Your email address will not be published.