‘ବିଗିଲ୍’ର ସୁଟିଂ ଶେଷ, ଖୁସିରେ ୪୦୦ ସୁନା ମୁଦି ବାଣ୍ଟିଲେ ବିଜୟ

ତାମିଲ୍ ଅଭିନେତା ବିଜୟଙ୍କର ଅପକମିଙ୍ଗ୍ ଫିଲ୍ମ ‘ବିଗିଲ୍’ର ସୁଟିଂ ଶେଷ ହୋଇଛି । ଏହି ଖୁସିରେ ବିଜୟ ଫିଲ୍ମର ୪୦୦ ଜଣ କ୍ରୁ ମେମ୍ବରଙ୍କୁ ସୁନାମୁନି ବାଣ୍ଟିଛନ୍ତି । ଦ୍ୱିପ୍ରହରରେ ଫିଲ୍ମର ସୁଟିଂ ଶେଷ ହେବା ସଙ୍ଗେ ସଙ୍ଗେ ଏହି ମୁଦି ଗିଫ୍ଟ କରାଯାଇଥିଲା । ଏହି ମୁଦି ଉପରେ ଫିଲ୍ମର ନାଁ ଇଂରାଜୀରେ ଖୋଦିତ ହୋଇଛି । ଏଜିଏସ୍ ସିନେମାର ସିଇଓ ଓ ‘ବିଗିଲ୍’ର ନିର୍ମାତା ଅର୍ଚ୍ଚନା କଲପତି ଟ୍ୱିଟ୍ କରି ଏହି ଖବର ସେୟାର୍ କରିବା ସହ ଲେଖିଥିଲେ ଯେ – ‘ଏଭଳି ଏକ ସରପ୍ରାଇଜ୍ ଓ ସ୍ନେହଭରା ଗିଫ୍ଟ ମାଧ୍ୟମରେ ବିଜୟ ସମସ୍ତଙ୍କ ମନ କିଣି ନେଇଛନ୍ତି ।

ଫିଲ୍ମର ଅନ୍ୟ ଜଣେ ଅଭିନେତା ଆଥମା ମୁଦି ଉପରେ ଲେଖାଥିବା ଫିଲ୍ମର ନାଁକୁ ଏକ ଭିଡିଓ ମାଧ୍ୟମରେ ସେୟାର୍ କରିଛନ୍ତି । ଏହା ସହିତ ସେ ବିଜୟଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପରିବାରର ମଙ୍ଗଳକାମନା କରିଛନ୍ତି । ଏଥିରେ ବିଜୟ ଡବଲ୍ ରୋଲରେ ଅଛନ୍ତି ଏବଂ ତାଙ୍କର ଅନସ୍କ୍ରୀନ୍ ନାୟିକା ହେଉଛନ୍ତି ନୟନତାରା । ଏହି ଫିଲ୍ମ ଆସନ୍ତା ଦୀପାବଳିରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *