ବିଗ୍ ବିଙ୍କ ତାମିଲ୍ ଡେବ୍ୟୁ ‘ଉୟାରନଥା ମନିଥମନ୍’ – ବିଗ୍ ବିଙ୍କ ଫାଷ୍ଟଲୁକ୍ ରିଲିଜ୍

ଅଭିନୟ ଦୁନିଆର ଶାହେନଶାହ ବିଗ୍ ବି ଆଗାମୀ ଦିନରେ ଏକ ତାମିଲ୍ ମୁଭିରେ ନଜର ଆସିବେ । ‘ଉୟାରନଥା ମନିଥମନ୍’ ନାମକ ଆଗାମୀ ତାମିଲ୍ ଫିଲ୍ମରେ ବିଗ୍ ବି ତାମିଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବିଗ୍ ବିଙ୍କ ଫାଷ୍ଟଲୁକ୍ ରିଲିଜ୍ ହୋଇଯାଇଛି । ଏଥିରେ ସେ ଧୋତି ଓ ଗାମୁଛାରେ ନଜର ଆସିଛନ୍ତି । ବିଗ୍ ବିଙ୍କ ଏହି ଲୁକ୍ ବେଶ୍ ନିଆରା ମନେ ହେଉଛି । ଏସ୍ ଜେ ସୂର୍ଯ୍ୟା ଏହାର ନିର୍ଦ୍ଦେଶନା ଦେବା ସହ ଫିଲ୍ମରେ ଅଭିନୟ ମଧ୍ୟ କରିବେ ବୋଲି ଖବର ମିଳିଛି । ଏ ସମ୍ପର୍କରେ ଟ୍ୱିଟ୍ କରି ସୂର୍ଯ୍ୟା କହିଛନ୍ତି ଯେ ଏହି ଫିଲ୍ମ ତାଙ୍କ ଜୀବନର ଏକ ସ୍ୱପ୍ନ, ଯାହାକି ଏବେ ସାକାର ହେବାକୁ ଯାଉଛି । ସେଥିପାଇଁ ସେ ତାଙ୍କର ମାତା-ପିତା, ସୁପର୍ଷ୍ଟାର୍ ରଜନୀକାନ୍ତ ଓ ନିର୍ଦ୍ଦେଶକ ଏ ଆର୍ ମୁରୁଗଦାସ୍ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବିଗ୍ ବିଙ୍କୁ ଅନେକ ଧନ୍ୟବାଦ ଦେଇଛନ୍ତି ।

ଫିଲ୍ମ ସମ୍ପର୍କରେ ଏକ ସାକ୍ଷାତକାରରେ ସୂର୍ଯ୍ୟା କହିଥିଲେ ଯେ ଫିଲ୍ମରେ ବିଗ୍ ବିଙ୍କ ଭୂମିକାର ସୁଟିଂ ପାଇଁ ୪୦ ଦିନ ଆବଶ୍ୟକ ଥିଲା । କିନ୍ତୁ ବ୍ୟସ୍ତ ମହାନାୟକ ବିଗ୍ ବି କେବଳ ୩୫ ଦିନର ଟାଇମ୍ ଦେଇଥିଲେ । ତେଣୁ ଏଥିରେ କମ୍ପ୍ରମାଇଜ୍ କରି ସୁଟିଂ କରାଯାଇଛି । ବିଗ୍ ବିଙ୍କ ଏହି ନିଆରା ଲୁକ୍ ତାଙ୍କ ଅଗଣିତ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ହେଉଛି ।

Leave a Reply

Your email address will not be published.