ବିଗ୍ ବିଙ୍କ ନୂଆ ଅବତାର

ବଲିଉଡର ମହାନାୟକ ବିଗ୍ ବିଙ୍କ ଅଭିନୟର ପ୍ରଶଂସା ଯେତିକି କରାଯିବ ସେତିକି କମ୍ ହିଁ ଲାଗିବ । ଚରିତ୍ର ଅନୁଯାୟୀ ନିଜକୁ ଗଢିନେବା ଏବଂ ପ୍ରତ୍ୟେକ ଫିଲ୍ମ ସହିତ କିଛି ନୂଆ କରିବାର କଳା କେବଳ ବିଗ୍ ବିଙ୍କ ପାଖରେ ହିଁ ଅଛି । ଏବେ ଏହାର ଆଉ ଏକ ପ୍ରତ୍ୟକ୍ଷ ପ୍ରମାଣ ମିଳିଛି । ବିଗ୍ ବିଙ୍କ ଆଗାମୀ ଫିଲ୍ମ ‘ଗୁଲବୋ ସିତାବୋ’ର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ବିଗ୍ ବିଙ୍କୁ ଏଭଳି ମେକଅପ୍ କରାଯାଇଛି, ଯାହାକୁ ଚିହ୍ନିବା ବହୁତ ମୁସ୍କିଲ୍ । ଏମିତିକି ବିଗ୍ ବିଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଚିହ୍ନିପାରିନଥିଲେ । ଅନେକ ସମୟ ଧ୍ୟାନ ଦେଇ ଦେଖିବା ପରେ ଫଟୋରେ ଥିବା ବ୍ୟକ୍ତି ବିଗ୍ ବି ବୋଲି ଜଣାପଡ଼ୁଛି । ବିଗ୍ ବି ମୁଣ୍ଡରେ ଗାମୁଛା ଘୋଡ଼ାଇ ରଖିବା ସହ ମୋଟା ଓ ବଡ଼ ଚଷମା ପିନ୍ଧିଛନ୍ତି । ଧଳା ଲମ୍ବା ଦାଢି ସହିତ ନାକଟି ଆଗକୁ ବାହାରିଛି ।

ଏହି ଲୁକ୍ ପାଇଁ ପ୍ରଶଂସକ ତାଙ୍କ ପ୍ରିୟ ଅଭିନେତାଙ୍କୁ ଚିହ୍ନିପାରିନଥିଲେ । ତେଣୁ ବିଗ୍ ବିଙ୍କ ଏହି ନିଆରା ଲୁକ୍ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ଏବଂ ବିଗ୍ ବିଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ବର୍ଷ ଫ୍ଲୋରକୁ ଆସିବ । ଏହାର କାହାଣୀ କଣ୍ଢେଇ ନାଚ ଉପରେ ଆଧାରିତ । ଏଥିରେ ଆୟୁଷ୍ମାନ୍ ଖୁରାନା ମଧ୍ୟ ସ୍କ୍ରୀନ୍ ସେୟାର୍ କରିଛନ୍ତି । ‘ପିକୁ’ର କାହାଣୀ ରଚୟିତା ଜୁହି ଚର୍ତୁବେଦି ଏହାର କାହାଣୀ ରଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *