ବଲିଉଡର ନୂଆ ଯୋଡ଼ି ବିଦ୍ୟା-ବୈଭବ

ବି ଟାଉନର ଆଗାମୀ ପ୍ରୋଜେକ୍ଟ ସକୁନ୍ତଳା ଦେବୀ ବାୟୋପିକ୍ ପାଇଁ ଫାଇନାଲ୍ ଷ୍ଟାରକାଷ୍ଟ୍ ମିଳିସାରିଛି । ଏଥିରେ ନୂଆ ଯୋଡ଼ି ଭାବେ ଆସିବେ ବିଦ୍ୟାବାଲାନ୍ ଓ ବୈଭବ ତୱାୱାଡି । ‘ବାଜିରାଓ ମସ୍ତାନୀ’ ଓ ‘ମଣିକର୍ଣ୍ଣିକା’ ଭଳି ବ୍ଲକବଷ୍ଟର୍ ଫିଲ୍ମରେ ବୈଭବଙ୍କ ଅଭିନୟର ପରାକାଷ୍ଠା ଦେଖିବାକୁ ମିଳିଥିଲା । ଅଭିନୟ ପରେ ବୈଭବ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । ସେ ‘ଅଟମ୍ ବ୍ରିଜ୍ ଫିଲ୍ମସ’ ନାମକ ଏକ ପ୍ରଡକସନ୍ ହାଉସ୍ କରିଛନ୍ତି । ଏହି କମ୍ପାନୀ ମାଧ୍ୟମରେ ହିନ୍ଦୀ ଓ ମରାଠୀ ଫିଲ୍ମ ସହତ ୱେବ୍ ସିରିଜ ମଧ୍ୟ ପ୍ରସ୍ତୁତ କରାଯିବ ।

କମ୍ପାନୀର ପ୍ରଥମ ପ୍ରୋଜେକ୍ଟ ପାଇଁ ଏକ ବଡ଼ ଉପନ୍ୟାସର ସତ୍ୱାଧିକାର ହାସଲ କରିବା ପାଇଁ ସେ ଚେଷ୍ଟା ଚଲାଇଛନ୍ତି । ସତ୍ୱାଧିକାର ମିଳିବା ପରେ ଖୁବ୍ ଶିଘ୍ର ତାହାର ସୁଟିଂ ଆରମ୍ଭ କରାଯିବ ବୋଲି ବୈଭବଙ୍କ ଠାରୁ ସୂଚନା ମିଳିଛି । ତେବେ ଅନସ୍କ୍ରୀନର ନୂଆ ଯୋଡ଼ି ବିଦ୍ୟା ଓ ବୈଭବଙ୍କ ଯୋଡ଼ି ସିନେପ୍ରେମୀଙ୍କୁ ଆକୃଷ୍ଟ କରିପାରିବ କି ନାହିଁ, ତାହା କେବଳ ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *