ଆଗାମୀ ବାୟୋପିକ୍: ‘ପିଏମ୍ ନରେନ୍ଦ୍ର ମୋଦି’
ଚଳିତବର୍ଷ ବଡ଼ ପରଦାରେ ଅଧିକରୁ ଅଧିକ ବାୟୋପିକ୍ ଦେଖିବାକୁ ମିଳିବ ବୋଲି ପୂର୍ବ ସୂଚନା ମିଳିସାରିଛି । ଏହି ତାଲିକାରେ ଏବେ ଆଉ ଏକ ନାମ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ଦର୍ଶକ ପରଦା ଉପରେ ଦେଖିବାକୁ ପାଇବେ । ଏହି ବାୟୋପିକ ନାମ ରଖାଯାଇଛି ‘ପିଏମ୍ ନରେନ୍ଦ୍ର ମୋଦି’ । ଏହାର ମୁଖ୍ୟ ଭୂମିକା ପାଇଁ ଅଭିନେତା ବିବେକ୍ ଓବରୟଙ୍କୁ ସାଇନ୍ କରାଯାଇଛି ।
ବିବେକଙ୍କ ପୂର୍ବରୁ ପରେଶ ରାୱଲ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଖବର ମିଳିଥିଲେ ମଧ୍ୟ କୌଣସି କାରଣ ବଶତଃ ଏହା ସମ୍ଭବ ହୋଇପାରିନଥିଲା । ଚଳିତ ପ୍ରଥମ ସପ୍ତାହରୁ ଏହାର ସୁଟିଂ ଆରମ୍ଭ ହୋଇଛି ଏବଂ ଆସନ୍ତା ୭ ତାରିଖରେ ଏହାର ଫାଷ୍ଟଲୁକ୍ ଜାରି କରାଯିବ । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଉମଙ୍ଗ କୁମାର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ପ୍ରଯୋଜକ ଭାବେ ଅଛନ୍ତି ସନ୍ଦିପ୍ ସିଂ । ଫିଲ୍ମର ସମସ୍ତ ଦୃଶ୍ୟ ଗୁଜରାଟରେ ସୁଟିଂ କରାଯିବ ବୋଲି ଚର୍ଚ୍ଚା ହେଉଛି ।