ଚ୍ୟାଲେଞ୍ଜ: ଜେଜେ ମା’ ପରେ ଟିନଏଜ୍ ଭୂମିକାରେ ଆସିବେ ଭୂମି

ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ଏଜଗ୍ୟାପ୍ ଭୂମିକାରେ ଅଭିନୟ କରି ଭୂମି ପେଡନେକର୍ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ଏବେ ଭୂମିଙ୍କୁ ଚ୍ୟାଲେଞ୍ଜିଙ୍ଗ୍ ଗାର୍ଲ ଭାବେ ଅଭିହିତ କରାଯାଉଛି । ଏହି ଧାରାକୁ ଆଉ ଟିକେ ଆଗେଇ ନେଇ ଭୂମି ଆଉ ଏକ ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ଯାଉଛନ୍ତି ।

‘ଷାଣ୍ଢ୍ କି ଆଖଁ’ରେ ଜଣେ ୮୭ ବର୍ଷୀୟା ବୃଦ୍ଧା ଜେଜେ ମା’ ଭୂମିକାରେ ଅଭିନୟ କରିବା ପରେ ଆଗାମୀ ଫିଲ୍ମରେ ଭୂମିଙ୍କୁ ଟିନଏଜ୍ ଗାର୍ଲ ଭାବେ ଦେଖିବାକୁ ମିଳିବ । ଅଳଂକୃତା ଶ୍ରୀବାସ୍ତବଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଡଲି କିଟି’ରେ ଭୂମି ଟିନଏଜ୍ ଗାର୍ଲ ଭାବେ ଦର୍ଶକଙ୍କ ସାମନାକୁ ଆସିବେ । ୨୯ ବର୍ଷ ବୟରେ ଟିନଏଜ୍ ଗାର୍ଲର ଚରିତ୍ରକୁ ନିଖୁଣ ଭାବେ ପରଦା ଉପରକୁ ଆଣିବା ପାଇଁ ଭୂମିଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଛି । ଚରିତ୍ରକୁ ଜୀବନ୍ତ କରିବା ପାଇଁ ଟିନଏଜ୍ ଝିଅର ମାନସିକତାକୁ ଭୂମି ଆପଣାଇଛନ୍ତି ବୋଲି କହିଥିଲେ । ଏହା ସହିତ ଭୂମି ୪-୫ କିଲୋ ଓଜନ କମାଇଛନ୍ତି । ଖୁବ୍ ଶୀଘ୍ର ଏହି ଫିଲ୍ମ ମୁକ୍ତିଲାଭ କରିବ ।

Leave a Reply

Your email address will not be published.