‘ଫେସ୍ ଅଫ୍ ଏସିଆ’ ଭୂମି
ବଲିଉଡ୍ ପ୍ରାଉଡ୍ ଭାବେ ସିନେ ମହଲରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଭୂମି ପେଡନେକରଙ୍କ ହାତରେ ଆଉ ଏକ ସଫଳତା ଧରା ଦେଇଛି । ଭୂମିଙ୍କୁ ‘ଫେସ୍ ଅଫ୍ ଏସିଆ’ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । କୋରିଆର ପ୍ରୋମିନେଣ୍ଟ୍ ଫ୍ୟାଶନ୍ ମ୍ୟାଗେଜିନ୍ ପକ୍ଷରୁ ଭୂମିଙ୍କୁ ଏହି ସମ୍ମାନ ମିଳିଛି । ସମ୍ଭବତଃ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଭୂମିଙ୍କୁ ଏହି ସମ୍ମାନ ମିଳିଥିବାରୁ ଏହି ସଫଳତାର ଖୁସି ଭୂମିଙ୍କ ଚେହେରାରେ ଝଟକି ଉଠୁଛି । ଏ ସମ୍ପର୍କରେ ଭୂମି କହିଛନ୍ତି ଯେ – ‘ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହା ମୋର ପ୍ରଥମ ବିଜୟ । ମୁଁ ଏକପ୍ରକାର ସ୍ତବ୍ଧ ହୋଇଯାଇଥିଲି । ମୁଁ ଗର୍ବିତ ଏବଂ ଏହା ମୋର ମନକୁ ଛୁଇଁପାରିଛି’ ।
୨୪ ତମ ବୁସାନ୍ ଫିଲ୍ମ ଫେଷ୍ଟିଭାଲରେ ‘ଡଲି କିଟ୍ଟି ଔର୍ ୱୋ ଚମକତେ ସିତାରେ’ ପାଇଁ ସେ ବୁସାନ୍ ଗସ୍ତ କରିଥିଲେ । ଭୂମିଙ୍କ ସହିତ ଫିଲ୍ମଟିମ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଫିଲ୍ମର ନିର୍ଦ୍ଦେଶକ ଅଳଂକୃତା ଶ୍ରୀବାସ୍ତବ, ପ୍ରଜୋଯିକା ଏକତା ଓ ରୁଚିକା କପୁରଙ୍କ ସହିତ ସମସ୍ତ ଷ୍ଟାରକାଷ୍ଟଙ୍କୁ ଭୂମି ଧନ୍ୟବାଦ କହିଥିଲେ । ଭୂମିଙ୍କ ଏଭଳି ସଫଳତା ପାଇଁ ପ୍ରଶଂସକ ମହଲରେ ଖୁସିର ମାହୋଲ୍ ରହିଛି ଏବଂ ତାଙ୍କର ଆଗାମୀ ଫିଲ୍ମ ‘ସାଣ୍ଢ୍ କି ଆଖଁ’ର ରିଲିଜ୍ ଡେଟକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ୨୫ ତାରିଖରେ ସିନେମାଘରକୁ ଆସିବ ।